Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ୍ରାଫ ଟିମ ପକ୍ଷରୁ ୪ ଘଣ୍ଟାର ମିଶନ ପରେ ପାଣିରେ ନିଖୋଜ ଯୁବକର ମୃତ ଦେହ ଉଦ୍ଧାର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ହୋଲି ଦିନ ପାଣିରେ ବୁଡ଼ି ନିଖୋଜ ଥ‌ିବା ଯୁବକର ଗଳିତ ମୃତ ଦେହ ଗୁରୁବାର ମିଳିଲା l ଗଂଜାମ ଜିଲ୍ଲାର ଓଡ୍ରାଫ ଟିମ ପକ୍ଷରୁ ୪ ଘଣ୍ଟାର ମିଶନ ପରେ ପାଣିରେ ନିଖୋଜ ଯୁବକର ମୃତ ଦେହ ଉଦ୍ଧାର କରିବାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ହୋଲି ଖେଳ ପରେ ଗୁଇବନ୍ଧା ଡ୍ୟାମରେ ଗାଧେଇବା ସମୟରେ କୌଣସି କାରଣ ବଶତଃ ନୁଆସାହିର ମଧୁସୁଦନ ବିଷୋୟୀ (୨୮) ପାଣିରେ ବୁଡ଼ି ନିଖୋଜ ହୋଇଥିଲା । ହେଲେ ପ୍ରଥମେ ବାଲିଗୁଡା ଅଗ୍ନିଶମ ବାହିନୀ ପରେ ଜିଲ୍ଲାର ସ୍ବତନ୍ତ୍ର ଟିମ ଦୁଇ ଦିନ ଧରି ଖୋଜା ଖୋଜି ପରେ ମଧ୍ଯ ନିଖୋଜ ଯୁବକର କୌଣସି ସନ୍ଧାନ ପାଇପାରିନଥିଲେ, ଶେଷରେ ବୁଧବାର ଦିନ ପରିବାର ଓ ସମ୍ପର୍କୀୟଙ୍କ ପକ୍ଷରୁ ଉତ୍ୟକ୍ତ ଲୋକ ଗୋଟିଏ ଘଣ୍ଟା ଧରି ୫୯ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ବାଲିଗୁଡା ଥାନା ଅଧୂକାରୀ ସୁଶାନ୍ତ କୁମାର ସାହୁ ଓ ଦମକଳ ବାହିନୀ ର ସହଯୋଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଓଡ୍ରାଫ ଟିମ ସହିତ ଯୋଗାଯୋଗ କରି ଉତ୍ୟକ୍ତ ଲୋକଙ୍କୁ ପ୍ରତିଶୃତି ଦେଇ ୫୯ ନଂ ଜାତୀୟ ରାଜପଥ ସ୍ବାଭାବିକ କରିଥଲେ । ଗୁରୁବାର ସକାଳୁ କନ୍ଧମାଳ ଜିଲ୍ଲାର ଅଗ୍ନିଶମ ବିଭାଗ ଟିମ ଓ ଛତ୍ରପୁରରୁ ଆସିଥ‌ିବା ସ୍ବତନ୍ତ୍ର ଓଡ୍ରାଫ ଟିମ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଚାରି ଘଣ୍ଟାର ମିଶନ ପରେ ଶେଷରେ ଓଡ୍ରାଫ ଟିମ ପକ୍ଷରୁ ନିଖୋଜ ଯୁବକର ଗକିତ ମୃତ ଦେହକୁ ଉଦ୍ଧାର କରିବାରେ ସଫଳ ହୋଇଥ‌ିବା ବେଳେ ବାଲିଗୁଡା ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ଡାକ୍ତର ଖାନାକୁ ପଠାଇଥିଲେ । ଉକ୍ତ ଦିନ କିଭଳି କେଉଁ ପରିସ୍ଥିତି ରେ ଘଟଣା ଘଟିଛି, ସେ ନେଇ ବାଲିଗୁଡା ପୋଲିସ ଘଟଣାର ଅଧିକ ତଦନ୍ତ ଜାରୀ ରଖିଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ