Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୁଲେଶ୍ଵର ରେ ବଡସୁଦ ସମାଜର କେନ୍ଦ୍ର କମିଟି ଗଠିତ

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପୁଲେଶ୍ଵର ଗ୍ରାମରେ ନିଖିଳ ଉତ୍କଳ କ୍ଷତ୍ରିୟ ବଡସୁଦ ସମାଜର ନୂତନ ପରିଚାଳନା କମିଟି ଗଠିତ ହୋଇଯାଇଛି l ଏ ଅବସରରେ ଆୟୋଜିତ କାର୍ଯ୍ଯକ୍ରମରେ ଅଞ୍ଚଳର ବିଭିନ୍ନ ଗ୍ରାମର ଉକ୍ତ ସାମାଜ ର ପ୍ରମୁଖ କର୍ମକର୍ତ୍ତା ଯୋଗ ଦେଇଥିଲେ l ସର୍ବ ସମ୍ମତି କ୍ରମେ ବଲରାମ ବେହେରା ସଭାପତି , ସତ୍ୟାନନ୍ଦ ପଧାନ ଉପ ସଭାପତି , ଉତ୍ତର ନାଏକ ଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇ ଥିଲା l ସେହିପରି ଚନ୍ଦନ ଦନାୟକ ସହ ସମ୍ପାଦକ ଏବଂ ଭୀମସେନ ଦନାୟକ କୋଷାଧ୍ୟକ୍ଷ ଭାବେ ରହିଛନ୍ତି I ନିରଞ୍ଜନ ଦନାୟକ ମୁଖ୍ୟ ବିଚାରକ ଭାବେ ଉକ୍ତ କେନ୍ଦ୍ର କମିଟି ରେ ରହିଥିବା ବେଳେ ହେମ ସାଗର ଝାଙ୍କର , ଶୁକଦେବ ନାଏକ , ମନୋରମା ଖୁଣ୍ଟିଆ ଓ ମନ୍ଦାକିନି ଭୁକ୍ତା ବିଚାରକ ଭାବେ ରହିଛନ୍ତି I କ୍ଷେତ୍ରୀୟ ବଡସୁଦ ସମାଜର ଉକ୍ତ କେନ୍ଦ୍ରର ନୂତନ ପରିଚାଳନା କମିଟି ଗଠନ ପାଇଁ ସମାଜର ପଶ୍ଚିମାଞ୍ଚଳ ନିର୍ବାଚନ ଅଧିକାରୀ ଡମ୍ବରୁଧର ଅମାତ , ସମ୍ପାଦକ ସୁରେନ୍ଦ୍ର ଦେହୁରୀ , ବିଳାସ ପୁର୍ କେନ୍ଦ୍ର ସମ୍ପାଦକ ସୁମନ୍ତ କୁମାର ନାଏକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l