Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବାପା ମାଆ ଛେଉଣ୍ଡ ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ କନ୍ଧମାଳ ଜିଲ୍ଲାର ବରିଷ୍ଠ ଆଇନଜୀବି

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ବାର ଆସୋସିଏସନର ସଭାପତି ଭଗବାନ ମହାନ୍ତି ଦାରିଙ୍ଗବାଡି ବ୍ଲକ ସିକବାଡି ଗାଁରେ ପହଞ୍ଚି ବାପା ମାଆ ଛେଉଣ୍ଡ ୫ ଭାଇ ଭଉଣୀଙ୍କୁ ଭେଟି ସାହାଯ୍ୟର ହାତ ବଢ଼ାଇଛନ୍ତି। ପିଲାମାନେ ଅସୁବିଧାରେ ଦିନ କାଟୁଥିବା ଜାଣି ସେମାନଙ୍କୁ କିଭଳି ପ୍ରଶାସନ ସହାୟତାରେ ଥଇଥାନ କରାଯିବ ସେ ନେଇ ଗାଁ ଲୋକଙ୍କ ସହ ଆଲୋଚନା କରିବା ସହ ଏ ନେଇ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ଏହା ସହ ଭାଇ ଭଉଣୀଙ୍କ ଚଳିବା ଲାଗି ବ୍ୟକ୍ତିଗତ ଭାବେ ୪ ହଜାର ଟଙ୍କା ଆର୍ଥିକ ସାହାଯ୍ୟ କରିଥିଲେ। ଅନ୍ୟପଟେ ଏଭଳି ପରିସ୍ଥିତିରେ ଗାଁ ଯାଇ ଭାଇ ଭଉଣୀଙ୍କ ଦୁଃଖ ବୁଝି ସାହାଯ୍ୟର ହାତ ବଢ଼ାଇଥିବାରୁ ବଡ଼ ଭଉଣୀ ଚୁମୁକି ମାଝୀ ଓ ଗ୍ରାମବାସୀ ଶ୍ରୀ ମହାନ୍ତିଙ୍କୁ ଧନ୍ୟବାଦ ଜଣାଇଥିଲେ।