Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ରୀଡା ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ।

ହାଟଡିହି ରବିବାର ଦିନ ସାସଂଗ ଉଚ ବିଦ୍ୟାଳୟ ରେ ବିଦ୍ୟାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ କ୍ରୀଡା ଶିକ୍ଷକ ନାରାୟଣ ଚନ୍ଦ୍ର ବିଶ୍ଵାଳ ଙ୍କୁ ଭାବ ବିହ୍ବଳ ପରିବେଶ ମଧ୍ୟରେ ସାଥୀ ଶିକ୍ଷକ ଙ୍କ ସହ ଅନେକ ବର୍ଣ୍ଣାଢ଼ ପରିବେଶ ମଧ୍ୟରେ ବିଦାୟ ଦିଆଯାଇଥିଲା । ଏଥିରେ ବିଦାୟୀ ଶିକ୍ଷକ ନାରାୟଣ ଚନ୍ଦ୍ର ବିଶ୍ଵାଳ ଙ୍କୁ ସଭାପତି ଭାବେ ଚୟନ କରାଯାଇଥିଲା ବେଳେ ପ୍ରମୋଦ କୁମାର ନାୟକ ଙ୍କୁ ମୁଖ୍ୟ ଅତିଥି ଓ ମୃତ୍ୟୁଞ୍ଜୟ ପଲେଇ ଙ୍କୁ ମୁଖ୍ୟ ବକ୍ତା ଭାବରେ ଉପସ୍ଥିତ ରହି ସମ୍ମାନିତ ଅତିଥି ଭାବରେ ଶିଶିର କୁମାର ବିଶ୍ଵାଳ ଓ ନବଘନ ନାୟକ ରହିଥିଲେ। ଏଥିରେ ସାଶଙ୍ଗ ଉଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ଵାଳ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟ ଶିକ୍ଷକ ମାନଙ୍କ ମଧ୍ୟରେ ବଟକୃଷ୍ଣ ଜେନା, ହରେକୃଷ୍ଣ ସେନାପତି, ବୃନ୍ଦାବନ ରାଉତ, ଗଣନାଥ ସାହୁ , ଶ୍ୟାମସୁନ୍ଦର ମହାନ୍ତି, ନିରଂଜନ ନାୟକ, ସଦାଶିବ ନାୟକ ,ଧନେଶ୍ଵର ରାଉତ, ଗୀତାଞ୍ଜଳି ପହି , ସୁବାସ ଚନ୍ଦ୍ର ଜେନା , ପ୍ରମୁଖ ଖେଳ ଶିକ୍ଷକ ମାନେ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ବିଦାୟୀ ଶିକ୍ଷକ ନାରାୟଣ ବିଶ୍ଵାଳ ଙ୍କ ଶିକ୍ଷକ ଜୀବନ ରେ କେତେକ ଅଭୁଲା ସ୍ମୃତି ଆଲୋଚନା କରି ଶେଷରେ ବିଦାୟ ନେଇଥିଲେ। ଯାହାକୁ ସାସଙ୍ଗ ଉଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଖୁବ୍ ସୁନ୍ଦର ଭାବେ ଶେଷ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ