Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁଆଖେଳ ଉପରେ ଚଢାଉ:୭ଗିରଫ                  ଟଙ୍କା ସହ ବୋଲେରୋ ଜବତ

ଜମନକିରା : ଜମନକିରା ବ୍ଲକ କୁଚିଣ୍ଡା ଥାନା ଭୋଜପୁର ପଞ୍ଚାୟତର ସୁଇପଦର ଜଙ୍ଗଲରେ ଶନିବାର ରାତିରେ ଜୁଆଖେଳ ଚାଳିଥିବା ସମୟରେ କୁଚିଣ୍ଡା ପୋଲିସ ଚଢାଉ କରି ୭ଜୁଆଡିଙ୍କୁ ଗିରଫ କରିଛି।ଗିରଫ ଜୁଆଡି ମାନେ ହେଲେ କୁଚିଣ୍ଡା ଥାନା ମନ୍ତ୍ରୀମୁଣ୍ଡାର ବସନ୍ତ ବୁଡା(୪୩), କୁଚିଣ୍ଡା ଏନଏସି ସର୍ଗିଡିହି ପଡାର ରଞ୍ଜନ ପାତ୍ର ଓରଫ ନନା(୨୭), ଭୋଜପୁରର ରିଙ୍କୁ ମୟୁର(୩୦), ଲଇଡାଗୁଣାର ପ୍ରଦୀପ କିଷାନ (୩୮), ଜମନକିରା ଥାନା ତୁଲୁବର ସୁଜିତ କୁମାର ନାୟକ (୪୧), ଅର୍ଜୁନପାଲିର ମଙ୍ଗଳା କିଷାନ (୪୦) ଏବଂ ମହୁଲପାଲି ଥାନା ତୁରେଇନିକ୍ତିମାଲର ଅଶୋକ କାଉ(୪୩)। ପୋଲିସ ତାଙ୍କ ଠାରୁ ନଗଦ ୩୭ହଜାର ୫୦ଟଙ୍କା,ଏକ ବୋଲେରୋ ଗାଡି(ନଂ.ଓଡି୧୫ଡି୯୮୫୫)’ ଏକ ବାଇକ (ନଂ.ଓଆର୧୫-୯୧୦୬),୬ଟି ମୋବାଇଲ ଫୋନ, ଜୁଆଖେଳରେ ବ୍ୟବହୃତ ଚମଡା ଢାଙ୍କୁଣି (ବାସ୍କେଟ), ଘୁଡୁଘୁଡି ପଟ୍ଟି ସହ ୬ଟି ଗୋଟି ଜବତ କରିଛି।ପୋଲିସ ଏନେଇ କୁଚିଣ୍ଡା ଥାନାରେ ୩ ଓପିଜି ଧାରା (ନଂ.୧୫୦/୨୪)ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ରବିବାର କୁଚିଣ୍ଡା ଏସଡିଜେଏମ କୋର୍ଟକୁ ଚାଲାଣ କରିଛି। କୋର୍ଟ ସେମାନଙ୍କ ଜାମିନ ନାମଞ୍ଜୁର କରି ଜେଲ ହାଜତକୁ ପଠାଇ ଦେଇଛନ୍ତି। ପୋଲିସର ସୂଚନା ଅନୁଯାୟୀ, ଶନିବାର ରାତିରେ କୁଚିଣ୍ଡା ଥାନା ଅନ୍ତର୍ଗତ ଭୋଜପୁର ପଞ୍ଚାୟତର ସୁଇପଦର ଜଙ୍ଗଲରେ (ଦେବଗଡ ଜିଲ୍ଲା ବୋର୍ଡର) ବେଆଇନ ଜୁଆଖେଳ ଚାଲିଥିବା ପୋଲିସକୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। କୁଚିଣ୍ଡା ଆଇଆଇସି ଦିଲିପ କୁମାର ସ୍ବାଇଁଙ୍କ ନେତୃତ୍ବରେ ପୋଲିସ ଟିମ ଚଢାଉ କରି ୭ ଜୁଆଡିଙ୍କୁ ଗିରଫ କରି ନଗଦ ଟଙ୍କା ସହ ଏଥିରେ ବ୍ୟବହୃତ ବୋଲେରୋ ଓ ବାଇକ ଆଦି ଜବତ କରିଥିଲା।