Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡସ୍ ସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର(ଧମା):ମା ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ୟୁଥ ରେଡ୍‌କ୍ରସ ରେଡ୍‌ ରିବନ ୟୁନିଟ ପକ୍ଷରୁ ଏଡସ୍ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବିଶେଷଜ୍ଞ ଭାବରେ ଠେମରା କମ୍ୟୁନିଟି ହେଲ୍‌ଥ ସେଣ୍ଟର ରୁ ଡା. ପ୍ରତାପ ନାଏକ ଓ ଡା.ଚାନ୍ଦନି ମେହେର ତଥା ଧମା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡା. ଅମରନାଥ ଆଚାର୍ଯ୍ୟ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଏଡସ୍ ନିରାକରଣ ଉପରେ ଅନେକ ତଥ୍ୟ ପ୍ରଦାନ ପୂର୍ବକ ବକ୍ତବ୍ୟମାନ ଦେଇ ସଚେତନ କରାଇଥିଲେ। ସତର୍କତା ଅବଲମ୍ବନ କରିବା ସହ ନିଜେ ସଚେତନ ହେବା ତଥା ନିଜ ପାରିପାର୍ଶ୍ବିକ ସମାଜକୁ ସଚେତନ କରାଇବା ହିଁ ଏହାର ନିରାକରଣର ବଳିଷ୍ଠ ଉପାୟ ବୋଲି ବିଷେଶଜ୍ଞମାନେ ମତବ୍ୟକ୍ତ କରିବା ସହ ସମାଜରେ ପ୍ରଚଳିତ ତତ୍‌ସଂକ୍ରାନ୍ତୀୟ ଭ୍ରାନ୍ତ ଧାରଣାରୁ କ୍ଷାନ୍ତ ରହିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଯୁକ୍ତ ତିନ ସ୍ରୋତର ଅଧ୍ୟକ୍ଷ ଅନିଲ ପ୍ରଧାନ ଯୋଗ ଦେଇଥିଲେ। ଅଧ୍ୟାପକ ସତ୍ୟନାରାୟଣ ଦାଶ,ବ୍ୟାସଦେବ ପଣ୍ଡା ବକ୍ତବ୍ୟ ରଖିଥିଲେ।ବିଦ୍ୟାଳୟର ରେଡ୍‌କ୍ରସ ରେଡ୍‌ ରିବନ ୟୁନିଟର କାର୍ଯ୍ଯକ୍ରମ ଅଧିକାରୀ ଅଧ୍ୟାପିକା ସ୍ମାରକୀ ମାହାର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଉଭୟ ରେଡ୍‌କ୍ରସ ୟୁନିଟ ଓ ଏନଏସ୍‌ଏସ୍‌ ଓ ରେଡକ୍ରସ ୟୁନିଟର ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ଏକ କୁଇଜ ମାଷ୍ଟର ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ପଦ୍ମିନୀ ନାଏକ,ନିୟତି ନେଗି,ଅକ୍ଷୟ ମନ୍ଦୋଦରୀ ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ରେଡ୍‌କ୍ରସ ୟୁନିଟର ହେମନ୍ତ ବାରିକ,ମୋହିତ କୁମାର ଦଳେଇ,ସୁସ୍ମିତା ମହାନନ୍ଦ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅଧ୍ୟାପକ ରବିନ୍ଦ୍ରନାରାୟଣ ଠାକୁରଙ୍କ ସଂଯୋଜନାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣୀ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା।ମୌସୁମୀ ଷଢଙ୍ଗୀ,ସୁଶ୍ରୀତ ଷଢଙ୍ଗୀ,ଚୈତନ୍ଯ ସେନାପତି,ଜୀବର୍ଦ୍ଧନ ସେଠ,ପ୍ରମୋଦ ଲହରିଆ,କୁଶ ଲୁହୁରା ପ୍ରମୁଖ କର୍ମଚାରୀମାନେ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ