Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଓଡ଼ିଶା ସାଂସ୍କୃତିକ ସମାଜ ଭବନଠାରେ ଭାରତ ବିକାଶ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତର ପ୍ରାନ୍ତ ପରିଷଦ ବୈଠକ

ସମ୍ବଲପୁର: ସହରର ଓଡ଼ିଶା ସାଂସ୍କୃତିକ ସମାଜ ଭବନଠାରେ ରବିବାର ଦିନ ଭାରତ ବିକାଶ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତର ପ୍ରାନ୍ତ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତ ବିକାଶ ପରିଷଦ ପଶ୍ଚିମ ପ୍ରାନ୍ତର ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା ରାଉର କେଲା, ସମେତ ୧୦ ଗୋଟି ଶାଖାର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
ଭାରତ ବିକାଶ ପରିଷଦ ପ୍ରାନ୍ତ ସଭାପତି ଡାକ୍ତର ବିନୋଦ ବିହାରୀ ନାଏକ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦ ପ୍ରାନ୍ତ ସଚିବ ପ୍ରକାଶ ପଟ୍ଟନାୟକ,ସଂଗଠନ ସଚିବ ଦୁର୍ଗାପ୍ରସାଦ ଶର୍ମା ପ୍ରମୁଖ ମଞ୍ଚାସିନ ଥିଲେ। ଏଥିରେ ଭାରତ ବିକାଶ ପରିଷଦ ପୁର୍ବ କ୍ଷେତ୍ରର ମହିଳା ଓ ବିକାଶ କ୍ଷେତ୍ରୀୟ ସଚିବ ସୁପ୍ରିତି ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଏହି ବୈଠକରେ ଭାରତ ବିକାଶ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତର ବିଭିନ୍ନକାର୍ଯ୍ୟକ୍ରମ ଉପରେ ଆଳୋଚନା ସହ ଅଧିକ ଶାଖା ଖୋଲାଯିବା ଉପରେ ଆଳୋଚନା କରାଯାଇଥିଲା। ଏଥିରେ ଭାରତ ବିକାଶ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତର ନୂତନ ସଭାପତି ଭାବରେ ଡାକ୍ତର ପୁରୁଷୋତ୍ତମ ଅଗ୍ରୱାଲଙ୍କୁ ନିର୍ବାଚିତ ହୋଇଥିଲେ ।ପ୍ରାନ୍ତ ସମ୍ପାଦକ ଭାବେ ପ୍ରକାଶ ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ ଇଂ କ୍ରୀଷ୍ଣ କୁମାର୍ ଗୁପ୍ତା ଙ୍କ ସହ ଅନ୍ୟ କର୍ମକର୍ତ୍ତାଙ୍କୁ ମଧ୍ୟ ନିର୍ବାଚିତ କରାଯାଇଥିଲା ।ଶେଷରେ ପ୍ରାନ୍ତ ସଂଗଠନ ସମ୍ପାଦକ ଦୂର୍ଗା ପ୍ରସାଦ ଶର୍ମା ଧନ୍ୟବାଦ୍ ଅର୍ପଣ କରିଥିଲେ।