Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁସୁମୀରେ ୭ରୁ ରାମଲୀଳା,୮ ଦିନ ଧରି ଚାଲିବ ମହୋତ୍ସବ

ସମ୍ବଲପୁର (କୁସୁମୀ):ରାମ ରାଜ୍ୟ ପ୍ରତିଷ୍ଠାର ମୂଖ୍ୟ ଲକ୍ଷ ରଖି କୁଚିଣ୍ଡାର କୁସୁମୀ ଠାରେ ଆଗାମୀ ୭ ତାରିଖରୁ ୮ ଦିନ ବ୍ୟାପି ଶ୍ରୀରାମଲୀଳା ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।
ଏହି ମହୋତ୍ସବ ଏପ୍ରିଲ ୭ ତାରିଖରୁ ଅଧିବାସ କଳସ ଯାତ୍ରାରୁ ଆରମ୍ଭ ହୋଇ ୮ ତାରିଖ ଦିନ ରାମଲୀଳା ର ପୁତ୍ରେଷ୍ଟି ଯଜ୍ଞ,ରାମ ଜନ୍ମ ଓ ନାମକରଣରୁ ଏହି ଯାତ୍ରାର ମଳଦୂଆ ପଡିବ। ୯ ତାରିଖରେ ସୀତା ବିବାହ ଓ ୧୦ରେ ରାମ ବନବାସର ନାଟ୍ୟ ଅଭିନୟ ହେବ। ସେହିପରି ୧୧ ତାରିଖରେ ହନୁମାନ ଭେଟ,ବାଳିବଧ ଓ ଲଙ୍କାପୋଡି ହୋଇ ୧୨ରେ ସେତୁବନ୍ଧ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି।୧୩ ତାରିଖରେ କୁମ୍ଭକର୍ଣ୍ଣ ଓ ଇନ୍ଦ୍ରଜିତ୍ ବଧ ପରେ ୧୪ ରେ ତରଣୀସେନ ବଧ ଓ ରାବଣ ବଧ ପରେ ରାମ ଅଭିଷେକ ହୋଇ ରାମ ରାଜ୍ୟ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି।
୮ ଦିନ ବ୍ୟାପି ଆୟୋଜନ ହେବାକୁ ଥିବା ଏହି ମହୋତ୍ସବରେ କଳା ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରୁଥିବା ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ବିଭିନ୍ନ ଦିନରେ ଅତିଥି ଭାବେ ଯୋଗଦାନ କରୁଥିବା ବେଳେ ଏହାକୁ କୁସୁମୀର କଳା ଓ କଳାକାର ସଂଘ ପରିଚାଳନା କରୁଛନ୍ତି। ଆୟୋଜନ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ମୀନା ବଜାର ସହିତ ବହୁ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଥିବା ଆୟୋଜକ କମିଟି ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories