Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍କଳ ଦିବସ ଅବସରରେ ରକ୍ତ ଦାନ ଶିବିର।

ହାଟଡିହି ସୋମବାର ଓଡ଼ିଶାର ପୁରପଲ୍ଲୀରେ ପାଳିତ ହେଉଛି ଉତ୍କଳ ଦିବସ। ଆଜିର ଦିବସକୁ ସ୍ୱତନ୍ତ୍ର ଭାବେ ପାଳନ କରିଛି ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଚଣ୍ଡୀ ବିରଞ୍ଚିପୁର। ସେଣ୍ଟ ଜାଭିୟର୍ସ ହାଇସ୍କୁଲର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ମାନଙ୍କ ଉଦ୍ୟମରେ ଆଜି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇ ଏହି ଉତ୍ସବକୁ ପାଳନ କରିଛି। ରକ୍ତଦାନ କାର୍ଯ୍ୟକ୍ରମ ଦ୍ବାରା ଛୋଟ ଛୋଟ ପିଲା ମାନଙ୍କ ମଧ୍ୟରେ ରକ୍ତଦାନ କରିବାର ଆଗ୍ରହ ସୃଷ୍ଟି ହେବ ଓ ଭବିଷ୍ୟତ ରେ ସେମାନେ ମଧ୍ୟ ରକ୍ତଦାତା ଭାବରେ ନିଜକୁ ପ୍ରତିପାଦିତ କରି ପାରିବେ ବୋଲି ସ୍କୁଲର ଅଧ୍ୟକ୍ଷ ଉଦୟ ନାଥ କର ବୁଝାଇଥିଲେ। ଏହି ରକ୍ତ ଦାନ ଶିବିର ରେ ଉକ୍ତ ବିଦ୍ୟାଳୟ ରେ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କ ର ପିତା ମାତା ଙ୍କ ଅଞ୍ଚଳ ର ଅନେକ ଯୁବକ ସ୍ଵେଚ୍ଛାକୃତ ଭାବେ ଆସି ରକ୍ତ ଦାନ କରିଥିଲେ। ଏହି ଶିବିର ରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଶିକ୍ଷକ ଓ ଆନନ୍ଦପୁର ରକ୍ତ ଭଣ୍ଡାରର ଡାକ୍ତର ଉଦୟ ଭାସ୍କର ପଣ୍ଡା ଙ୍କ ସହ ରକ୍ତ ଦାତା ମାନଙ୍କ ମଧ୍ୟରେ ଚନ୍ଦନ ବେହେରା, ଗୋଲେଖ ନାୟକ, ଯୋଗେଶ ଚନ୍ଦ୍ର ଜେନା, ଅଞ୍ଜନ ମଲିକ, ସଂଗ୍ରାମ କେଶରୀ ପଟ୍ଟନାୟକ, ଭକ୍ତ ଶେଖର ଜେନା, ସବିତା ରାଣୀ ମଲ୍ଲିକ, ପରମେଶ୍ବର ମଲିକ, ପ୍ରକାଶ ନାୟକ, ଦେବା ଶିଷ ରାଉତ, ଉଦୟ ନାଥ କର, ବିଜୟ କୁମାର ପହି, ନିର୍ମଳ ଜେନା, ଆଶୁତୋଷ ପହି, ଦେବେନ୍ଦ୍ର ନାଥ ପାଢ଼ୀ, ଙ୍କ ସହ ବହୁ ଛାତ୍ର ଛାତ୍ରୀ ଙ୍କ ପିତା ମାତା ରକ୍ତ ଦାନ କରିଥିବା ବେଳେ ଓ ସ୍କୁଲ କର୍ମଚାରୀ ମାନଙ୍କ ମଧ୍ୟରେ ସାରଥୀ ଜେନା, ରାଜେଶ ବେହେରା, ବିଜୟ କୁମାର ପହି, ଦେବେନ୍ଦ୍ର ନାଥ ପାଢ଼ୀ, ହିମାଂଶୁ ବାରିକ୍, ସଂଗ୍ରାମ କେଶରୀ ପଟ୍ଟନାୟକ, ଙ୍କ ସହ ବିଦ୍ୟାଳୟ ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ଏଥରେ ମୋଟ ୩୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। (ଫଟୋ)

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ