Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଓଡ଼ିଆ ନବ ବର୍ଷ; ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଓଡ଼ିଆ ନବ ବର୍ଷ। ଆଜି ମହା ବିଷୁବ ସଂକ୍ରାନ୍ତିକୁ ସମଗ୍ର ରାଜ୍ୟରେ ବେଶ୍‌ ଧୁମ୍‌ଧାମରେ ପାଳନ କରାଯାଉଛି। ଆଜି ହନୁମାନଙ୍କ ଜୟନ୍ତୀ ମଧ୍ୟ ସାରା ରାଜ୍ୟରେ ଧୁମ୍‌ଧାମରେ ପାଳିତ ହେଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛାର ବାର୍ତ୍ତା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି ପବିତ୍ର ପଣା ସଂକ୍ରାନ୍ତି ତଶ ନୂଆ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଆପଣଙକ ଜୀବନ ସୁଃଖ, ସମୃଦ୍ଧି ତଥା ଆନନ୍ଦରେ ପରିପୂର୍ଣ୍ଣ ହେଉ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ