Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୮ରୁ ଦୟାମଣି ବୃଦ୍ଧାଶ୍ରମରେ ଭାଗବତ ସପ୍ତାହ

ସମ୍ବଲପୁର:ମହାନଗର ନିଗମ ଅନ୍ତର୍ଗତ ଦୁର୍ଗାପାଲି ସ୍ଥିତ ଦୟାମଣି ବୃଦ୍ଧାଶ୍ରମରେ ଆସନ୍ତା ୮ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଭାଗବତ ସପ୍ତାହ ଅନୁଷ୍ଠିତ ହେବ। ବୃନ୍ଦାବନ ବାବା ହରେକୃଷ୍ଣ ଦାସ ଏଥିରେ ବ୍ୟାସ ରୂପେ ଯୋଗଦେଇ ପ୍ରବଚନ ଦେବାର କାର୍ଯ୍ୟକ୍ରମ ରହିଛି।ଏଠାରେ ରହୁଥିବା ଅସହାୟ ଅନ୍ତେବାସୀ ମାନଙ୍କୁ ଭାଗବତ କଥା ଶୁଣାଇବା ଲକ୍ଷରେ ବୃଦ୍ଧାଶ୍ରମ ଟ୍ରଷ୍ଟ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଛି।ବୃଦ୍ଧାଶ୍ରମର ମୂଖ୍ୟ ପୁର୍ବତନ ରାଜ୍ୟସଭା ସଦସ୍ୟା ସୁଶ୍ରୀ ପ୍ରମିଳା ବହିଦାରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେଜନସାଧାରଣ ଯୋଗଦେଇ ଭାଗବତ କଥା ଶ୍ରବଣ ସାଙ୍ଗକୁ ନିଜର ଜୀବନ ଚରିତାର୍ଥ କରିବା ପାଇଁ ସୁଶ୍ରୀ ବହିଦାର ଅନୁରୋଧ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ