Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସଂପର୍କର ସେତୁ ପରମିତାଙ୍କୁ ଦେଲା ନୁଆଁ ପରିଚୟ,ବିଜେଡିରେ ଯୋଗଦାନ କରିବାର ୧୫ ମିନିଟରେ ବିଜେଡିରୁ ବରଗଡ ସାଂସଦ ପ୍ରାର୍ଥୀ

ସମ୍ବଲପୁର :ବନ୍ଧୁ ହେବତ ଏମିତି।ଯିଏ କ୍ଷଣିକେ ଭାଗ୍ୟ ଖୋଲି ଦେଇ ସଂପର୍କର ସେତୁ ଗଢ଼ିପାରନ୍ତି।ଏମିତି ଦୃଷ୍ଟାନ୍ତର ନଜର ଆସିଛି ଯୁଯୋମୁରାରୁ ବରଗଡ।ବରଗଡରୁ ଦିଲ୍ଲୀ ଯିବାର ସୁଯୋଗ।ଆଉ ଏଭଳି ସୁଯୋଗ ଦେବାରେ ଯୁଯୋମୁରା ବ୍ଲକର ବିଜେଡି ଯୁବ ନେତା ବରୁଣ ଦେହୂରୀଙ୍କ ନାମ ଚର୍ଚାକୁ ଆସୁଛି।
ବରଗଡ ଜିଲ୍ଲା ବିଜେପିର ଉପ ସଭାପତି ସୁଶାନ୍ତ ମିଶ୍ର ଓ ତାଙ୍କ ଏମଏ ପଢୁଆ ସ୍ତ୍ରୀ ପରମିତା ମିଶ୍ରଙ୍କୁ ବିଜେଡିରେ ଯୋଗଦାନ କରାଇ ୧୫ ମିନିଟ ଭିତରେ ବିଜେଡିରୁ ବରଗଡ ଭଳି ଲୋକସଭା ଆସନରୁ ପ୍ରାର୍ଥୀର ସୁଯୋଗ ଦେବାରେ ବରୁଣଙ୍କ ଭୂମିକା ନେଇ ଆଲୋଚନାର ବିଷୟ ହୋଇଛି।ଏକଦା କଂଗ୍ରେସରେ ବରୁଣ ଓ ସୁଶାନ୍ତ ଏକା ସହିତ ରହି ଯୁବ ନେତୃତ୍ୱ ନେଉଥିଲେ।କିନ୍ତୁ କଂଗ୍ରେସର ଅଧୋଗତି ପରେ ବରୁଣ ବିଜେଡିକୁ ଯିବାପରେ ସୁଶାନ୍ତ ବିଜେପିକୁ ଯାଇଥିଲେ। ୨୦୧୯ରୁ ୨୦୨୪ ଏହି ୨ ଥର ବିଜେପିରୁ ବିଧାନସଭା ଟିକଟ ପାଇଁ ଆଶାୟୀ ଥିଲେ ସୁଶାନ୍ତ। କିନ୍ତୁ ୨ ଥର ନିରାଶ ହେବା ପରେ ବରୁଣଙ୍କ ସହ କଥା ହୋଇଥିଲେ।ବରୁଣ ଭଟଲି ବିଧାୟକ ସୁଶାନ୍ତ ସିଂ ସହିତ କଥା ହୋଇ ବିଜେଡି ସହିତ ସିଧାସଳଖ ସଂପର୍କ କରିଥିଲେ।ଏଠାରେ ସୂଚନା ଯୋଗ୍ୟଯେ ସୁଶାନ୍ତ ମିଶ୍ର ପୁର୍ବତନ ମନ୍ତ୍ରୀ ପ୍ରକାଶ ଦେବତାଙ୍କ ଭଣଜା ଓ ସୋହେଲା ଅଞ୍ଚଳର ଜଣେ ପ୍ରଭାବଶାଳୀ ନେତା ଭାବରେ ଆବିର୍ଭାବ ହୋଇଥିଲେ। କିନ୍ତୁ କଂଗ୍ରେସ ଓ ବିଜେପିରୁ ନିରାଶ ହୋଇ ପଦ୍ମପୁର ବିଧାନସଭା ପାଇଁ ଆଶାୟୀ ରହି ବିଜେଡିରେ ଯୋଗଦାନ କରିଥିଲେ ।କିନ୍ତୁ ଭାଗ୍ୟ ହେଲା ଓଲଟା । ବରଗଡ ଲୋକସଭା ଆସନରେ ମହିଳା କାର୍ଡ ଖେଲି ବିଜେଡି ସୁଶାନ୍ତ ମିଶ୍ରଙ୍କ ପତ୍ନୀ ପରମିତା ମିଶ୍ରଙ୍କୁ ସାଂସଦ ପାଇଁ ଅଫର ଦେଇଥିଲା।ଆଉ ୧୫ ମିନିଟ ଭିତରେ ଦଳରେ ଯୋଗଦାନ କରି ଦଳ ମୁରବୀ ନବୀନ ପଟ୍ଟନାୟକ ପରମିତାଙ୍କୁ ବରଗଡ ସାଂସଦ ଭାବେ ନାମ ଘୋଷଣା କରିଥିଲେ। ଅବଶ୍ୟ ଏହି ଯୋଗଦାନ ସମୟରେ ଭଟଲି ବିଧାୟକ ସୁଶାନ୍ତ ସିଂ ମଧ୍ୟ ଉପସ୍ଥିତ ଥିଲେ। ଏଇଠି ଶୁଣିଲେ ବା ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେବେ ୨ ସୁଶାନ୍ତଙ୍କ ମଧ୍ୟରେ ଥିଲା ମତଭେଦ ।କେହି କାହାର ଛାଇ ମାଡୁନଥିଲେ।ଏପରିକି ଗତ ୩୩ ବର୍ଷ ମଧ୍ୟରେ ଉଭୟଙ୍କ ମଧ୍ୟରେ ସାମ୍ନାସାମ୍ନି କିମ୍ବା ଫୋନ ଯାଏ ମଧ୍ୟ ସଂପର୍କ ରହିନି।ବିଜେଡିର ପ୍ରଭାବଶାଳି ନେତା ବୋଲି କୁହାଯାଉଥିବା ସୁଶାନ୍ତ କିନ୍ତୁ ନିଜର ପ୍ରତିପକ୍ଷ ପ୍ରତିଦ୍ବନ୍ଦ୍ବୀକୁ କୋଲେଇ ନେବା ଓ ବିଜେଡିରେ ଯୋଗଦାନ କରାଇବା କ୍ଷଣିକ ମଧ୍ୟରେ ବିଜେଡିରୁ ବରଗଡ ସାଂସଦ ପ୍ରାର୍ଥୀ ହେବା ସୌଭାଗ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଛି।କେହି କେହି କହୁଛନ୍ତି ମହାନତା ଦେଖାଇ ସୁଶାନ୍ତ ସିଂ ସୁଶାନ୍ତ ମିଶ୍ରଙ୍କ ପାଇଁ ବିପଦର ବନ୍ଧୁ ସାଜିଗଲେ। ତେବେ ବରୁଣ ଦେହୂରୀ ଓ ସୁଶାନ୍ତ ମିଶ୍ରଙ୍କ ବନ୍ଦୁତା ସୁଶାନ୍ତ ସିଂଙ୍କ ମଧ୍ୟବର୍ତ୍ତିତାରେ ଏବେ ବଡ ସୌଭାଗ୍ୟ ଆଣିପାରେ କେହି ସୁଦ୍ଧା ଭାବି ନଥିବେ।