ଏପ୍ରିଲ ୬ରେ ବିଜେପିର ପ୍ରତିଷ୍ଠା ଦିବସ


ସମ୍ବଲପୁର:ସକାଳ ପାହିଲେ ହେବ ବିଜେପିର ପ୍ରତିଷ୍ଠା ଦିବସ। ପ୍ରତି ବର୍ଷ ଏପ୍ରିଲ-୬ ତାରିଖ ବିଜେପି ତାର ପ୍ରତିଷ୍ଠା ଦିବସ ପାଳନ କରିଥାଏ। ଏଣୁ, ଆସନ୍ତାକାଲି ବିଜେପି ତାର ଉପସ୍ଥିତି ଜାହିର କରିବାକୁ ସକାଳ ୧୦ ଘଣ୍ଟା ସମୟରେ ସମ୍ବଲପୁର ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଦଳ ର ପ୍ରତିଷ୍ଠା ଉତ୍ସବ ପାଳନ କରିବାକୁ କାର୍ଯ୍ୟକ୍ରମ ସ୍ଥିର କରିଛି।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।ଏହି ପ୍ରତିଷ୍ଠା ଉତ୍ସବରେ ସମ୍ବଲପୁରର ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା, ପଦାଧିକାରୀ ଓ ସମର୍ଥକଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ବିଜେପିର ଅନିଲ କୁମାର ବେହେରା,ଜିଲ୍ଲା ସମ୍ପାଦକ ଓ ସମିର ରଞ୍ଜନ ବାବୁ କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଯୋଗଦେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।