Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପେଟ ପାଇଁ ଛୋଟ ଛୋଟ ଛୁଆ ଜୀବନକୁ ବାଜି ଲଗାଇ କରୁଛନ୍ତି ବାଉଁଶ ରାଣୀ ଖେଳ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା  ଅଞ୍ଚଳରେ କିଛି ଦିନ ହେବ ବାଉଁଶରାଣୀ ଖେଳ ଦେଖିବାକୁ ମିଳୁଛି। ତେବେ ଏହି ବିପଦଜନକ ବାଉଁଶ ରାଣୀ ଖେଳକୁ ପଡୋଶୀ ଛତିଶଗଡ ରାଜ୍ୟର ରାୟଗଡ ଜିଲ୍ଲା ସିଲାଡି ଗାଁରୁ ଆସି କେତେଜଣ ନାବାଳିକା ଖେଳିବା , ବୁଲିବା , ଆଉ ପାଠ ପଢିବା ବୟସରେ ଖେଳ ପ୍ରଦର୍ଶନ କରି ପେଟ ପାଇଁ ଦାନା ଯୋଗାଡ କରୁଛନ୍ତି । କଅଁଳ ବୟସରେ ଦଉଡ଼ି ଉପରେ ଚାଲିବା ସହ ବିଭିନ୍ନ ପ୍ରକାର କୈାଶଳ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣୁଛନ୍ତି। ହେଲେ ଦର୍ଶକ ପାଖରୁ ତାଳି ମାଡ ଯେତିକି ତା ତୁଳନାରେ କିନ୍ତୁ ରୋଜଗାର ସେତିକି ହୁଏ ନାହିଁ। ସୀମିତ ରୋଜଗାର ଭିତରେ ଦୁଇ ବେଳା ପେଟ ପାଇଁ ଦାନା ଏବଂ ଗୋଟିଏ ଜାଗାରୁ ଆଉ ଗୋଟିଏ ସ୍ଥାନକୁ ଯିବା ପାଇଁ ଗାଡି ଖର୍ଚ୍ଚ ମଧ୍ୟ ଭଲ ଭାବରେ ହୁଏ ନାହିଁ ବୋଲି ଏହି ପରିବାର ଲୋକ ପ୍ରକାଶ କରିଛନ୍ତି। ବାରବୁଲା ଜୀବନ ନେଇ ଗାଆଁରୁ ସହର ବୁଲନ୍ତି। ଦଉଡ଼ି ଉପରେ ନିଜ ଦେହକୁ ନିୟନ୍ତ୍ରଣରେ ରଖି ଆକର୍ଷଣ ଖେଳ ପ୍ରଦର୍ଶନ କରୁଥିବା ଝିଅଟି ର ବୟସ ପ୍ରାୟ ୧୦ ବର୍ଷ ହେବ । ବାଉଁଶରାଣୀ ଖେଳ ସେମାନଙ୍କ ଜିବନ ଜୀବିକା ହେଲେ ମଧ୍ୟ ଏଭଲି କଳା କୈାଶଳରେ ପରିପୂର୍ଣ୍ଣ ବିଭିନ୍ନ ଖେଳକୁ ଜୀବିକା ରୂପେ ଆପଣେଇ ରାସ୍ତା କଡ଼ରେ ଖେଳ ପ୍ରଦର୍ଶନ କରୁଥିବା ଏହି ବାରବୁଲା ଜାତି ଲୋକଙ୍କୁ ବେଶ୍ ମନୋରଞ୍ଜନ  ଯୋଗାଉଥିଲେ ମଧ୍ୟ ଧିରେଧିରେ ଏହା ଲୋପ ପାଇବାକୁ ବସିଲାଣି । 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ