Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବିଜେଡି ସରକାରରେ ଓଡ଼ିଶା ଦୁର୍ନୀତି, ଶୋଷଣ ଏବଂ ଅତ୍ୟାଚାରର ଗନ୍ତାଘର –ବିଧାୟକ ସୁବାଷ ପାଣିଗ୍ରାହୀ

ଦେବଗଡ:ଖଜୁରି ଗଛର କି ଗୁଣ ଗାଇବି, ମୂଳରୁ ପାହାଚ ପାହାଚ । ଦେବଗଡରେ ସାଧାରଣ ସଭାରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାଶଙ୍କ ଅଭିଭାଷଣ ହାସ୍ୟାସ୍ପଦ । ମିଛ ପ୍ରତିଶୃତି ଓ ପ୍ରତାରଣା କରିଥିବା ନେତାଙ୍କ ଦଳ ହେଉଛି ବିଜେଡି । ମୋଦିଜୀଙ୍କ ନେତୃତ୍ୱରେ ଓଡ଼ିଶା ବିକାଶର ପ୍ରୟୋଗଶାଳା ହୋଇଥିବା ବେଳେ ବିଜୁ ଜନତା ଦଳ ସରକାରରେ ଓଡ଼ିଶା ଦୁର୍ନୀତି, ଶୋଷଣ ଓ ଅତ୍ୟାଚାରର ଗନ୍ତାଘର ହୋଇଛି । ଦେବଗଡ ଭଳି ଦେବଭୂମିରେ ଅନ୍ତତଃ ବିଜେଡି ମିଛ ପ୍ରଚାରରୁ ଦୁରେଇ ରହିଲେ ଭଲ ହେବ ବୋଲି କହିଛନ୍ତି ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ ।
ଦୀର୍ଘ ୨୫ ବର୍ଷ ଶାସନରେ ଓଡ଼ିଶାର ଗା’ ଗଣ୍ଡାରେ ରାସ୍ତା ନାହିଁ । ସମ୍ବଲପୁର ସମେତ ଓଡ଼ିଶାର ଅନେକ ଗାଁରେ ଏବେ ବି ଗର୍ଭବତୀ ମାଆମାନେ ଖିଟିଆରେ ବୁହା ହେଉଛନ୍ତି । ଧାନ ବିକ୍ରିରେ ଟୋକନ ବ୍ୟବସ୍ଥା କରି ଚାଷୀ ମାନଙ୍କୁ ହଇରାଣ କରୁଥିବା ଦଳର ନେତା ଚାଷୀମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ୨୦୧୬ରେ ବରଗଡ଼ରେ ହୋଇଥିବା ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଧାନ କ୍ୱିଣ୍ଟାଲ ପ୍ରତି ୧୦୦ ଟଙ୍କା ବୋନସ ଘୋଷଣା କରିଥିଲେ, ସେହି ପ୍ରତିଶ୍ରୁତି କୁଆଡେ ଗଲା ? ଓଡ଼ିଶାରେ ପିଏମ ଆବାସ ଯୋଜନାରେ ମୋଦିଜୀ ପଠାଉଥିବା ଅର୍ଥ ଆପଣଙ୍କ ଦଳ ହଡପ କରୁଥିବା ଲୋକମାନେ ଅଭିଯାଗ କରିଛନ୍ତି । ମୋଦି ସରକାର ଓଡ଼ିଶାକୁ ପିଏମ ଆବାସରେ ୩୪ ଲକ୍ଷ ଘର ପାଇଁ ଅର୍ଥ ଦେଇଛନ୍ତି । ବିଜେଡି ସରକାର ଆବାସ ଯୋଜନାରେ ୧ ହଜାର କୋଟି ଟଙ୍କାର ଦୁର୍ନୀତି କରିଥିବା ରିପୋର୍ଟ ବିଜେଡି ନେତା ଭୁଲି ଗଲେଣି କି ? ପଶ୍ଚିମ ଓଡ଼ିଶାରେ ଘର ନଦେବା ପାଇଁ ଷଡଯନ୍ତ୍ର କିଏ କରିଥିଲା? ଏହାର ଉତ୍ତର ଦଳ ପାଖରେ ଅଛି କି?
ଶ୍ରୀ ପାଣିଗ୍ରାହୀ କହିଛନ୍ତିଙ୍କ ଦୀର୍ଘ ୨୫ ବର୍ଷ କାଳ ରାଜ୍ୟରେ ନିରଙ୍କୁଶ ଶାସନ କଲା ପରେ ମଧ୍ୟ ସାଧାରଣ ମୌଳିକ ସୁବିଧା ଯୋଗେଇ ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ । ସଠିକ୍ ଚିକିତ୍ସା ଅଭାବରୁ ଏହି ଠାରୁ ମନ୍ତ୍ରୀ ମାନଙ୍କୁ ଭୁବନେଶ୍ୱର ଏୟାର ଲିଫ୍ଟ କରାଯାଉଛି । ଓଡ଼ିଶାରେ ଦୀର୍ଘ ୨୫ ବର୍ଷ ଶାସନରେ ପାଣି ସମସ୍ୟା ଦେଖାଯାଇଛି । ହସ୍ପିଟାଲରେ ଡାକ୍ତର ନାହାନ୍ତି । ସ୍କୁଲରେ ଶିକ୍ଷକ ନାହାନ୍ତି । ଓଡ଼ିଆ ପିଲାର ଭବିଷ୍ୟତ ଅନ୍ଧାର ଆଡକୁ ଗତି କରୁଛି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଗତ ୯ ବର୍ଷରେ ପେଟ୍ରୋଲିୟମ କ୍ଷେତ୍ରରେ ୨.୪ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ ହେଉଛି । ଏହି ପୁଞ୍ଜିନିବେଶ ଦ୍ୱାରା ବ୍ୟାପକ ରୋଜଗାର ସୃଷ୍ଟି ହୋଇଛି । ବିଜେଡି ମୁଖିଆଙ୍କ ଗୃହ ଜିଲ୍ଲା ଗଞ୍ଜାମରୁ ଦୀର୍ଘ ୨୫ ବର୍ଷ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ସର୍ବାଧିକ ଦାଦନ ଖଟିବାକୁ ଯାଉଛନ୍ତି, ଏହା ସତ୍ୟ ନୁହେଁ କି ? ଯାଜପୁରର ନଗଡା ସ୍ଥିତି କଣ ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ବିକାଶର ଗତି ବଢିଛି । ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ କରକମଳରେ ୪୦୦ କୋଟି ଟଙ୍କା ବ୍ୟୟରେ ଆଇଆଇଏମ ସମ୍ବଲପୁରର ପ୍ରତିଷ୍ଠା କରାଯିବା ସହ ସମ୍ବଲପୁରର ମାଝିପାଲି ଓ ଦେବଗଡ ଠାରେ ପୃଥକ ପୃଥକ ସ୍କିଲ ଇଣ୍ଡିଆ ସେଣ୍ଟର ଉଦଘାଟନ ହୋଇଛି । ୧୨୩୦ କୋଟି ଟଙ୍କା ବ୍ୟୟରେ ବ୍ରହ୍ମପୁରରେ ଆଇଜର ପ୍ରତିଷ୍ଠା ହୋଇଛି । ସମଗ୍ର ଶିକ୍ଷା ଅଭି଼ଯାନରେ ଓଡ଼ିଶାକୁ ୧୨, ୬୦୫ କୋଟି ଟଙ୍କା ମିଳିଛି । ୬୮ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟ ପିଏମ ଶ୍ରୀ ଯୋଜନାରେ ସାମିଲ ହୋଇଛି ବୋଲି ଦେବଗଡ ବିଧାୟକ ପ୍ରକାଶ କରିଛନ୍ତି ।