ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା


ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରେଙ୍ଗାଳିରୁ ସୁଦର୍ଶନ ହରିପାଲ, ରାଉରକେଲାରୁ ସାରଦା ନାୟକ, ବୀରମିତ୍ରପୁରରରୁ ରୋହିତ ଯୋଶେଫ ତିର୍କୀ, ରାଇରଙ୍ଗପୁରରୁ ରାଇସେନ ମୁର୍ମୁ, କେନ୍ଦୁଝରରୁ ମୀନା ମାଝୀ, ବାଲେଶ୍ବରରୁ ସୂରୂପ ଦାସ, ବାରବାଟୀ-କଟକରୁ ପ୍ରକାଶ ଚନ୍ଦ୍ର ବେହେରା, ସାଲେପୁରରୁ ପ୍ରଶାନ୍ତ ବେହେରା ଓ ଭୁବନେଶ୍ବର-ଜୟଦେବରୁ ନବ କିଶୋର ମଲ୍ଲିକଙ୍କ ନାଁ ଘୋଷଣା କରିଛନ୍ତି ନବୀନ । ବିଜେଡି ପୂର୍ବରୁ ୯୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା ।