Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନେପାଳରେ ଇଣ୍ଟରନ୍ୟାଶନାଲ ବିଜେତା ହେଲେ ବିଶ୍ବବିଜୟିନୀ, ସୁଚିସ୍ମିତା ଓ ହର୍ଷିତା

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ନେପାଳର ରାଜଧାନୀ କାଠମାଣ୍ଡୁରେ ଆୟୋଜିତ ଅନ୍ତର୍ଜାତୀୟ ମଡେଲିଂ ପ୍ରତିଯୋଗିତାରେ ସୋନପୁର ସହରର ୩ ଝିଅ ଭାଗ ନେଇ ନିଜର ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଛନ୍ତି। କୁନି ମଡେଲ ବିଶ୍ବବିଜୟିନୀ, ସୁଚିସ୍ମିତା ଓ ହର୍ଷିତା ବିଦେଶ ମାଟିରେ ଚମକିବା ସହ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। କାଠମାଣ୍ଡୁଠାରେ ମାର୍ଚ୍ଚ ୨୮ରୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ମଡେଲିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବେଳେ ଏହି ତିନି ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରିଥିଲେ। ଏପ୍ରିଲ ୧ ତାରିଖରେ କାଠମାଣ୍ଡୁର ପାଲାଜୋ ହୋଟେଲ୍‌ରେ ଉକ୍ତ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା। ଏହି ମେଗା ଇଭେଣ୍ଟରେ ୧୦ଟି ଦେଶର ୩୦ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ମୋଟ ୯ଟି ବିଭାଗ ମଧ୍ଯରୁ ୩ଟି ବିଭାଗରେ ଉତ୍ତମ ପ୍ରଦର୍ଶନ କରି ବିଶ୍ବବିଜୟିନୀ, ସୁଚିସ୍ମିତା ଓ ହର୍ଷିତା ବିଜେତା ହୋଇଛନ୍ତି। ଅତିଥିମାନେ ସେମାନଙ୍କୁ ମୁକୁଟ ପିନ୍ଧାଇବା ସହ କ୍ରସ ଫିତା, କପ୍ ଓ ପ୍ରଶଂସା ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସହରର ପଟାଭାଡି ନିବାସୀ ତୃଷ୍ଣାସାଗରି ଓ ତରୁଣ ମିଶ୍ରଙ୍କ ଝିଅ ବିଶ୍ବବିଜୟିନୀଙ୍କୁ ମିସ୍ ଟିନ୍ ଗ୍ଲୋବାଲ୍ ଇଣ୍ଟର ନ୍ୟାଶନାଲ ତାଜ ମିଳିଥିବା ବେଳେ
ମାଣିକେଶ୍ଵରୀ ପ୍ଲଟ ନିବାସୀ ପୂଜା ଓ ମନେ ମନୋରଞ୍ଜନ ବେହେରାଙ୍କ ଝିଅ ସୁଚିସ୍ମିତା ଙ୍କୁ ମିସ୍ ପ୍ରିଟିନ୍ ଗ୍ଲୋବାଲ୍ ଇଣ୍ଟରନ୍ୟାଶନାନାଲ -୨୦୨୪ ଘୋଷିତ ହୋଇଛନ୍ତି। କନିଷ୍ଠ ବିଭାଗରେ ବଡବଜାର ଅଞ୍ଚଳର ଶୈଳବାଳା ଓ ପ୍ରେମ ରଞ୍ଜନଙ୍କ ଝିଅ ଅ ହର୍ଷିତା ରଞ୍ଜନ ଲିଟିଲ୍ ମିସ୍ ଗ୍ଲୋବାଲ୍ ଇଣ୍ଟରନ୍ୟାଶନାଲ ମଡେଲ ଘୋଷିତ ହୋଇଛନ୍ତି। ଶୁକ୍ରବାର ଅପରାହ୍ନରେ ତିନି ବିଜୟିନୀ ସୁବର୍ଣ୍ଣପୁରରେ ପହଞ୍ଚିବା ପରେ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷ ଙ୍କ ପକ୍ଷରୁ ସେମାନଙ୍କୁ ସମ୍ବଦ୍ଧନା ଦିଆଯାଇଛି। ପିଲାବେଳୁ ସଙ୍ଗୀତ, ନୃତ୍ୟ ଓ ମଡେଲିଂ ପ୍ରତି ରୁଚି ରଖୁଥ‌ିବା ଏହି ୩ ଝିଅ ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ପାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ