Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସଲ ଓଡିଆ ଅସ୍ମିତାର ପରିଚୟ ଦେଉଛନ୍ତି ଧର୍ମେନ୍ଦ୍ର !

ସମ୍ବଲପୁର:ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚର ପ୍ରାନ୍ତୀୟ ସଭା ଓ ଲଘୁ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ହେଲେ ସିନା କିନ୍ତୁ ଓଡିଆ ଭାଷା ନେଇ ପଦେ କହିଲେନି। ଆଖିରେ ପଡିନି ବୋଧହୁଏ ଓଡିଆ ଭାଷା।ଓଡିଆ ଅସ୍ମିତା ନାମରେ କେବଳ ବଡ ବଡ ଭାଷଣ ମାରନ୍ତି ପ୍ଲାଟଫର୍ମ ଦେଖି।ହେଲେ ଏହି ପ୍ଲାଟଫର୍ମରେ ପଦେ କିଛି କହିଲେନି।ଓଡିଆରେ ଲେଖା ନଥିବା ସଭା ସମିତିରେ ଏମାନଙ୍କ ଭାଷଣ ଅପେକ୍ଷା ନେତୃତ୍ୱ ଓ ଦାୟିତ୍ୱରେ କେତେ ସଚେତନ ଏମାନେ ତାଙ୍କୁ ଭୋଟର ଅପେକ୍ଷାରେ ଚାହିଁ ବସିଛନ୍ତି।ଟେକ୍ନୋଲୋଜି ମାଧ୍ୟମରେ ଦୁନିଆକୁ ହାତମୁଠାକୁ ଆଣିବାକୁ ହେବ କହି କଣ ଓଡିଆ ଭାଷାରେ ବେନରରେ ଅ ଅକ୍ଷର ଲେଖା ନଥିବା ଓଡିଆ ଅସ୍ମିତାକୁ ଭୁଲିଗଲେ କି ଧର୍ମେନ୍ଦ୍ର ?ଆଜି ମା’ ସମଲେଶ୍ୱରୀଙ୍କ ପୁଣ୍ୟ ଭୂମି ଏବଂ ମହାନଦୀ ତଟରେ ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚର ବାର୍ଷିକ ପ୍ରାନ୍ତୀୟ ସଭା ଓ ଲଘୁ ଅଧିବେଶନ ୨୦୨୪ “ଉତ୍କର୍ଷ”ର ଉଦଘାଟନୀ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କ ସଭାରେ ଓଡିଆ ଭାଷାରେ କିଛିବି ଚିହ୍ନ ବର୍ଣ୍ଣ ନାହିଁ। ଅର୍ଥାତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯୁବଶକ୍ତି ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚ ସମାଜରେ ସେବାର ନୂଆ ସଂସ୍କାର ଓ ପରମ୍ପରା ତିଆରି କରିଛି।ଏହାହିଁ ପରମ୍ପରା ଓଡିଆ ଭାଷାକୁ ନିଜ ବେନରରେ ସ୍ଥାନ ନଦେବା। ଅଥଚ ବଡ ଭୁୟସି ପ୍ରଶଂସା କରିଛନ୍ତି ଯେ,ଶକ୍ତି ,ପ୍ରଗତି, ଉନ୍ନତି ଓ ବିକାଶ ଦିଗରେ ଅଗ୍ରସର ହେବା ପାଇଁ ମାରଓ୍ୱାଡି ମଞ୍ଚ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ୱାଗତଯୋଗ୍ୟ । ଅସହାୟ ଲୋକଙ୍କ ସେବା କରି ଏବଂ ଅନ୍ୟ ସାମାଜିକ କଲ୍ୟାଣରେ ସାମିଲ ହୋଇ ଧରାପୃଷ୍ଠରେ ସେବାର ନୂଆ ପରମ୍ପରା ତିଆରି କରିବାରେ ସଂଗଠନର ଯୋଗଦାନ ଅତୁଳନୀୟ ବୋଲି ସେ କହିଛନ୍ତି ସିନା ହେଲେ ଓଡିଆ ଅସ୍ମିତାକୁ ଭୁଲିଗଲେ କେମିତି ତାହାହିଁ ବଡ ଆଶ୍ଚର୍ଯ୍ୟର ବିଷୟ।
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଓ୍ୱେଲଥ୍ କ୍ରିଏଟରଙ୍କୁ ସମ୍ମାନ ଦେଇଥିଲେ । ଆଜି ଆମ ଦେଶ ୨୦୪୭ ସୁଦ୍ଧା ବିକଶିତ ଭାରତ ହେବାର ଲକ୍ଷ୍ୟରେ ଅଗ୍ରସର ହେଉଛି । ଭାରତ ପଞ୍ଚମ ବୃହତ୍ତମ ଅର୍ଥନୈତିକ ରାଷ୍ଟ୍ରରେ ପରିଣତ ହୋଇଛି । ଏହି ସମୟରେ ଓଡ଼ିଶାର ଯୋଗଦାନ କ’ଣ ରହିବ ତଥା ସମ୍ବଲପୁର ଭଳି ବିଭିନ୍ନ ଅନ୍ୟାନ୍ୟ ଜିଲ୍ଲାର ଯୋଗଦାନ କଣ ରହିବ ତା’ ଉପରେ ଚିନ୍ତା କରିବା ଦରକାର କହି ନିଜର ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରିଛନ୍ତି।ଆଜିର ପରିବର୍ତ୍ତିତ ଟେକ୍ନୋଲୋଜି ସମୟରେ ଦୁନିଆକୁ ହାତମୁଠାକୁ ଆଣିବାକୁ ହେବ କହି ଅସଲ କଥା କେବଳ କହି ନାହାନ୍ତି ବରଂ ଓଡ଼ିଶା ଏବଂ ସମଗ୍ର ଭାରତବର୍ଷର ଭାଗ୍ୟ ଓ ଭବିଷ୍ୟତକୁ ବଦଳାଇବାରେ ଯୁବଶକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଯାହା କହିଲେ ତାହା ଏହି ବ୍ୟାନର ର ଓଡିଆ ଅସ୍ମିତାରେ ଓଡିଶା ଯୁବଶକ୍ତିର ଅସଲ ଉଦାହରଣ ହୋଇ ରହିବ ନାଁ ଓଡିଶା ସରକାରଙ୍କ ଅଣ ଓଡିଆ ପ୍ରିତିରେ ଓଡିଆ ଭାଷାକୁ ଲୋପ କରିଦେବାକୁ ବଡ ଚକ୍ରାନ୍ତରେ ଆମ ସବୁ ନେତା ଏକାଠି ଅଛନ୍ତି ଏହାକୁ ନେଇ ଓଡିଆ ଆଜି ପ୍ରଶ୍ନ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ