ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ତାତିରେ କଲବଲ ସାଧାରଣ ଜନତା । ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ଅସହ୍ୟ ଗୁଳୁଗୁଳି ଲାଗି ରହିଛି । ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱର ସବୁଠୁ ଉତପ୍ତ ସହର ପାଲଟିଛି ।
ପାଣିପାଗ ବିଭାଗ ଅନୁଯାୟୀ, ରାଉରକେଲାରେ ୩୬, ସମ୍ବଲପୁର ୩୫.୫, ହୀରାକୁଦ ୩୪.୮, ଚାନ୍ଦବାଲି ୩୪.୭, ଝାରସୁଗୁଡା ୩୪.୪, ପୁରୀ ୩୨.୨, ପାରାଦୀପରେ ୩୨.୮, ବାଲେଶ୍ୱରରେ ୩୨.୬ ଡିଗ୍ରୀ ଗୋପାଳପୁର ଓ କେନ୍ଦୁଝରରେ ୩୧.୪ ଡିଗ୍ରୀ ରେକର୍ଡ ହୋଇଛି । ଗତକାଲି ଭୁବନେଶ୍ୱରରେ ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ ହୋଇଥିଲା । ଅସହ୍ୟ ଗରମରେ କୁଲର ତ ଦୂରର କଥା ଏସି ମଧ୍ୟ କାମ କରୁନି, ଯାହା ରାଜଧାନୀବାସୀଙ୍କୁ ଆହୁରି କଲବଲ ହେଉଛନ୍ତି । ଆଜି ଖରା ସାମାନ୍ୟ କମିଥିଲେ ହେଁ ଗରମରେ କଲବଲ ଲୋକେ ।