Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଭିମସାର ନିର୍ଦ୍ଦେଶକଙ୍କୁ କଲେ ସାକ୍ଷାତ

ସମ୍ବଲପୁର(ବୁର୍ଲା):ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଭିମସାର ନିର୍ଦ୍ଦେଶକଙ୍କୁ ସାକ୍ଷାତ କରିଛନ୍ତି।ଏହି ସାକ୍ଷାତ ସମୟରେ ଭିମସାରକୁ ଆସୁଥିବା ରୋଗୀଙ୍କର ସ୍ୱାସ୍ଥ୍ୟ ସୁବିଧା ବିଷୟରେ ଆଳୋଚନା କରି ଅସ୍ଥିଶଲ୍ୟ ମହିଳା ବିଭାଗକୁ ଯାଇ ରୋଗୀ ମାନଙ୍କୁ ଭେଟି ଡାକ୍ତର ବିଜୟ କୁମାର ଲାମିଆଙ୍କ ସ଼ହ ଆଲୋଚନା କରିଥିଲେ।ଏହି ସମୟରେ ତାଙ୍କ ଅଧିନରେ ଥିବା ପଶ୍ଚିମବଙ୍ଗର ଜଣେ ଗରିବ ମହିଳା ରୋଗୀ ସୁସ୍ଥ ହୋଇଥିବା ବେଳେ ଭିମସାରକୁ ଦିଆଯାଇଥିବା ତାଙ୍କ ସାଂସଦ ପାଣ୍ଠିର ଅନୁଦାନରେ ଥିବା ଆମ୍ବୁଲାନ୍ସରେ ତାଙ୍କ ଘରକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା।
ଦିର୍ଘ ଦିନ ହେଲା ନିଃସ୍ଵାର୍ଥପର ଭାବରେ ମେଡିକାଲ ରେ ଚିକିତ୍ସା କରୁଥିବା ଓ ରୋଗୀ ଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରି ରୋଗୀ ଙ୍କ ପରିଜନ ପ୍ରତି ବିଶ୍ଵାସ ଯୋଗାଇ
ପାରିଥିବାରୁ ଅସ୍ଥିଶଲ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ବ୍ରଜ ସୁନ୍ଦର ସାହୁ ଓ ମେଡିସିନ ବିଭାଗ ପ୍ରଫେସର ଡାକ୍ତର ଚକ୍ରଧର ମାଝି ଙ୍କୁ ସ୍ୱତନ୍ତ୍ର ସାକ୍ଷାତ କରି
ତାଙ୍କ ରୋଗୀ ସେବା କୁ ପ୍ରଶଂସା କରିଥିଲେ । ଏହାସହ କୋଭିଡ ସମୟରେ ନିଃସ୍ଵାର୍ଥପର ଭାବରେ ସେବା କରିଥିବା ସହଯୋଗି ପ୍ରଫେସର ଡାକ୍ତର ଜଗନ୍ନାଥ ହାତିଙ୍କୁ କୋଭିଡ ଯୋଦ୍ଧା ରେ ସରକାରଙ୍କ ପକ୍ଷରୁ ସମ୍ମାନିତ କରାଯାଇଥିବାରୁ ତାଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ଏହି ସମୟରେ ସାଂସଦ ବିଶି ଙ୍କ ସହ ରେଡକ୍ରସ ପୁଷ୍ଠପୋଷକ ତଥା ସମାଜସେବୀ ନିହାଲ ସିଂ,ରାଜ୍ୟ ସଭା ସାଂସଦ ଙ୍କ ଆରଡିସି ପ୍ରତିନିଧି ଏମଡି ପରବେଜ ଖାନ, ଜିଲ୍ଲା ପ୍ରତିନିଧି ଆଶିଷ ନନ୍ଦ, ପୁର୍ବତନ ବିଜେଡି ବୁର୍ଲା ନଗର ସଭାପତି ପ୍ରଫୁଲ୍ଲ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।