Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଦ ଦୋକାନ ଉଛେଦ ଦାବିରେ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ

କନ୍ଧମାଳ,:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ବଇରୀକୁମ୍ପା ନିକଟରେ ଥ‌ିବା ବିଦେଶୀ ମଦ ଦୋକାନକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗତ ୨ ବର୍ଷ ପୂର୍ବରୁ ଏହି ମଦ ଦୋକାନକୁ ଅଞ୍ଚଳବାସୀ ଉଛେଦ ଦାବିରେ ପ୍ରବଳ ବିରୋଧ କରିଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ଗ୍ରାମସଭା ବୈଠକରେ ମଧ୍ଯ ମଦ ଦୋକାନ ଉଛେଦ ପାଇଁ ଆଲୋଚନା ହୋଇଥିଲା। ଅଞ୍ଚଳର ଶତାଧିକ ମହିଳା ପୁରୁଷ ଓ ସାଧାରଣ ଲୋକେ ମଦ ଦୋକାନକୁ ବିରୋଧ କରିବା ସହ ରାଲି କରିଥିଲେ। ମଦ ଦୋକାନ ବନ୍ଦ ନେଇ ଫିରିଙ୍ଗିଆ ବ୍ଲକ, ଆରକ୍ଷୀ ଅଧିକ୍ଷକ, ଅବକାରୀ ଅଧିକାରୀ, ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଗ୍ରାମସଭାରେ ମଦ ଦୋକାନ ବନ୍ଦ କରିବାକୁ ସମସ୍ତ ୱାର୍ଡ ସଭ୍ୟଙ୍କ ସହମତି ପରେ କିଛି କରିବାକୁ ସମସ୍ତ ୱାର୍ଡ ସଭ୍ୟଙ୍କ ସହମତି ପରେ କିଛି ଲୋକ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ତଥାପି ପ୍ରଶାସନ ମଦ ଦୋକାନ ଉଛେଦ ପାଇଁ କୌଣସି ପଦକ୍ଷେପ ନେଇ ନଥିବା ବେଳେ ଜନସାଧାରଣଙ୍କ କଥାକୁ ଗୁରୁତ୍ବ ଦେଉନାହିଁ। ଫଳରେ ବାଧ୍ଯ ହୋଇ କେଳାପଡା ପଞ୍ଚାୟତ ଅନ୍ତର୍ଗତ କିଛି ମହିଳା ମଦ ଦୋକାନ ବନ୍ଦ କରିବାକୁ କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଫୁଲବାଣୀ କାର୍ଯ୍ୟାଳୟ ଠାରେ ଲିଖିତ ପତ୍ର ପ୍ରଦାନ କରିଛନ୍ତି। ମହିଳାଙ୍କ କହିବା ଅନୁସାରେ କେଳାପଡା ପଞ୍ଚାୟତ ବଇରୀକୁମ୍ପା ଠାରେ ବିଦେଶୀ ମଦ ଦୋକାନ ଖୋଲିବା ପରେ ଏକ ନାବାଳିକା ଦୁଷ୍କର୍ମ ଘଟଣା ଘଟି କେସ ମଧ୍ୟ ଚାଲିଛି। ସେହିପରି ଦୁର୍ଘଟଣା,ପାରିବାରିକ କଳହ, ଜଘନ୍ୟ ହତ୍ୟା ଭଳି ବିଭିନ୍ନ ଅଘଟଣ ଅହରହ ଚାଲୁ ରହିଛି। ଯାହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତେବେ ଗତ କିଛି ଦିନ ତଳେ ମଦ ଦୋକାନକୁ ସିଲ୍ କରି କୌଣସି କାରଣରୁ ବନ୍ଦ କରିଥିବା ବେଳେ ସବୁଦିନ ପାଇଁ ଏହି ବିଦେଶୀ ମଦ ଦୋକାନ ବନ୍ଦ କରିବା ପାଇଁ ମହିଳା ମାନଙ୍କ ସହ ଅଞ୍ଚଳବାସୀ ଦାବୀ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ