Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଘପାଳ ଜଙ୍ଗଳରେ ଜଳୁଛି ନିଆଁ

ସମ୍ବଲପୁର: ମେଘପାଳ ବନପାଲ କାର୍ଯ୍ୟାଳୟରୁ ବର୍ତ୍ତମାନ ୧୦୦ମିଟର ଦୂର ଜଙ୍ଗଳରେ ଲାଗିଛି ନିଆଁ ।ପାଖରେ ରହିଛି ସ୍କୁଲ ,ବଜାର,ତା ପାଖକୁ ରହିଛି ପଞ୍ଚାୟତ କାର୍ଯ୍ୟାଳୟ।ଏଇ ନିକଟ ପାହାଡ ଜଙ୍ଗଳରେ ହୁହୁ ଜଳୁଛି ନିଆଁ ।ଛକ ନିକଟ ପାହାଡ଼ରେ ନିଆଁ ଜଳୁଥିଲେ ମଧ୍ଯ ବନ ବିଭାଗର ଦୃଷ୍ଟି ନପଡିବା ପରିତାପର ବିଷୟ। ଅଥଚ ଜଙ୍ଗଳରେ ନିଆଁ ଯେଭଳି ନଲାଗିବ ସେଥିପାଇଁ ଜନ ସଚେତନତା ନାମରେ ଲକ୍ଷାଧିକ ବ୍ୟୟ ହେଉଥିଲେ ଏହାର ଉପକାରିତା ବାସ୍ତବରେ ଶୁନ।ଠିକ ସମୟରେ ବନ ସାଥିଙ୍କବି ଦେଖା ମିଳୁନି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।ସ୍ଥାନୀୟ ଫରେଷ୍ଟରକୁ ଫୋନକଲେ ମଧ୍ୟ ସେ ଉଠାଉନଥିବା ଅଭିଯୋଗ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ