Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ:ପୋଲିସ ଅସୁରକ୍ଷିତ ଚିନ୍ତା ପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର:ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ନିତ୍ୟାନନ୍ଦପୁର ଗାଁରେ ସ୍ଥାନୀୟ ପୋଲିସ ଆକ୍ରମଣର ଶୀକାର ହେବା ଘଟଣାରେ ଗଭୀର ଚିନ୍ତାପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ସୋସିଆଲ ମିଡିଆ “ଏକ୍ସ”ରେ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ପୋଲିସ ଅସୁରକ୍ଷିତ ହୋଇପଡ଼ିଛି । ଗଞ୍ଜେଇ ବେପାରୀକୁ ଧରିବାକୁ ଯାଇଥିବା ବେଳେ ମହିଳା ଥାନାଧିକାରୀଙ୍କୁ ଗୋଟିଏ ଘରେ ବନ୍ଦୀ କରିବା ସହ ଅନ୍ୟ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ଏହା ରାଜ୍ୟ ସରକାରଙ୍କ ଆଇନଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉଛି । ଏହା କଣ ୨୫ ବର୍ଷ ଦୀର୍ଘ ଶାସନର ଉପଲବ୍ଧି କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।