Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା ନାହିଁ ତ ଭୋଟ ନାହିଁ।

ହାଟଡିହି ସାଧାରଣ ନିର୍ବାଚନ ପାଇଁ ଆଉ ମାତ୍ର ଅଳ୍ପ କେତେ ଦିନ ବାକି ରହିବା ପରେ ରାସ୍ତା ନହେଲେ ଭୋଟ ବର୍ଜନ କରିବା ଭଳି ଚରମ ନିଷ୍ପତି ନେବେ ଓରାଳି ପଞ୍ଚାୟତ ନନ୍ଦିପଦା ଗ୍ରାମ ବାସୀ। ଯାହାକି ଆଜି ଭୋଟର ଙ୍କ ମୁଡ ପରଖିବା ପାଇଁ ଆମେ ପହଞ୍ଚି ଥିଲୁ ଉକ୍ତ ଗାଁ ରେ ୨୦୧୬ ମସିହା ରୁ ନାବାର୍ଡ ବିଭାଗ ରୁ ୨୦ କୋଟି ଟଙ୍କାରେ ମରେଇଗାଁ – ବଳିପୂର୍ ରାସ୍ତା ର ଟେଣ୍ଡର ପ୍ରକ୍ରିୟା ଆହ୍ବାନ କରାଯାଇ ଥିବା ବେଳେ ଅଦ୍ୟାବଧି ଉକ୍ତ ରାସ୍ତା ଟି ସମ୍ପୂର୍ଣ୍ଣ ହୋଇପାରିନାହିଁ। ଯେଉଁ ରାସ୍ତା ଉପରେ ପାଖା ପାଖି ଛଅ ରୁ ସାତ ଟି ପଞ୍ଚାୟତ ର ଲୋକ ନିର୍ଭର କରନ୍ତି। ଏହି ରାସ୍ତା ଦେଇ ଓରାଳି ପଞ୍ଚାୟତ, ଇଞ୍ଚଳ, ସାଳନିଆ , ସଡଙ୍ଗ , ଗେଡମା, ଆଇତିପୂର୍, ହାବ ଳେଶ୍ୱର୍, ଆଦି ପଞ୍ଚାୟତଶହ ଶହ ଲୋକ ସବୁ ବେଳେ ଯିବା ଆସିବା କରୁଥିବା ବେଳେ ବର୍ଷା ଦିନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ସରକାର ଟଙ୍କା ପ୍ରଦାନ କରିବା ପରେ ମଧ୍ୟ କଥା ବ୍ଲକ ଠାରୁ ଜିଲ୍ଲା ପର୍ଯ୍ୟନ୍ତ ଗଲା କିନ୍ତୁ କୌଣସି ପ୍ରଭାବ ପଡିନ ଥିଲା। ଯାହା ଫଳରେ ଏବେ ସାଧାରଣ ନିର୍ବାଚନ ଆସୁଥିବାରୁ ଯଦି ରାସ୍ତା ତିଆରି ନକରନ୍ତି ତାହାଲେ ଭୋଟ ବର୍ଜନ କରିବା ପାଇଁ କଡ଼ା ଚେତାବନୀ ଦେଇଛନ୍ତି ନନ୍ଦିପଦା ଗ୍ରାମ ବାସୀ ମାନେ।
ଏହି ଲୋକ ମାନଙ୍କ ମଧ୍ୟରେ ଗଙ୍ଗା ଧର ବେହେରା
,ବାବାଜୀ ଦାସ,ଜଳଧର ଦାସ,ପ୍ରତାପ ଦାସ,ବିଷ୍ଣୁ ଚରଣ ଦାସ,ରାମ ଚନ୍ଦ୍ର ଦାସ ,ସନ୍ତୋଷ ଦାସ, ସୁବ୍ରତ ବେହେରା,ମହେଶ୍ବର ଦାସ ରହିଥିଲେ।