Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବହେଳିତ ଐତିହାସିକ ମଠେଶ୍ୱର ଶୈବପୀଠର ଉନ୍ନତି ପାଇଁ ଟ୍ରଷ୍ଟ ଗଠନ

ସମ୍ବଲପୁର : ଜମନକିରା ବ୍ଲକ ଖର୍ସନମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଇରମାଲ ଗ୍ରାମ ନିକଟସ୍ଥ ଗୋସେଇଁ ପାହାଡ଼ରେ ଅବସ୍ଥିତ ଅବହେଳିତ ଐତିହାସିକ ଶୈବପୀଠର ଉନ୍ନତି ପାଇଁ ଟ୍ରଷ୍ଟ ଗଠନ ହୋଇଅଛି। ଏହି ନୂତନ ଟ୍ରଷ୍ଟରେ ମ୍ୟାନେଜିଂ ଟ୍ରଷ୍ଟି ଭାବରେ ସୁଶାନ୍ତ କୁମାର ପଟେଲଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିବାବେଳେ ମାନଭଞ୍ଜନ ମେହେର ଓ ଗୁରୁଦେବ ମିର୍ଦ୍ଧା ଉପସଭାପତି, ପ୍ରଦୀପ ବେହେରା ସମ୍ପାଦକ, ନିରଞ୍ଜନ ମିର୍ଦ୍ଧା ସହ ସଂପାଦକ ଓ ଶେଷଦେବ ବେହେରା କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ଏଥି ସହିତ ପ୍ରସନ୍ନ ପ୍ରଧାନ, ଉମାକାନ୍ତ ଦାସ, ନରେନ୍ଦ୍ର ପ୍ରଧାନ, ସରୋଜ ପ୍ରଧାନ, ସରୋଜ ଭିତିରିଆ, ଦେବେନ୍ଦ୍ର ପ୍ରଧାନ, ଅଭିମନ୍ୟୁ ବନଛୋର ମୁଖ୍ୟ ଉପଦେଷ୍ଟା ଭାବେ ମନୋନୀତ ହେବା ସହିତ ଅନ୍ୟ ସଭ୍ୟ ମାନେ ସକ୍ରିୟ ସଭ୍ୟ ଭାବେ ମନୋନୀତ ହୋଇଛନ୍ତି। ଅଧିବେଶନରେ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରିବା ସହିତ ଅତିଶୀଘ୍ର କାର୍ଯ୍ୟଗୁଡ଼ିକ ତ୍ଵରାନିତ କରିବା ପାଇଁ ସମସ୍ତେ ଶପଥ ନେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ