Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁର ବିଜେଡି ପକ୍ଷରୁ ସୋନପୁର ସହରାଞ୍ଚଳ ୱାର୍ଡ କମିଟି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୁବର୍ଣ୍ଣପୁର ବିଜୁ ଜନତା ଦଳ ଦ୍ବାରା ଆୟୋଜିତ ସୋନପୁର ପୌର ପରିଷଦ ଅନ୍ତର୍ଗତ ୱାର୍ଡ କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସୋନପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ ସହରର ସମସ୍ତ ୧୫ ଗୋଟି ୱାର୍ଡର ୱାର୍ଡ ସକ୍ରିୟ ସଦସ୍ୟ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ରାଜ୍ୟ ସରକାରଙ୍କ ଦ୍ଵାରା ବିଭିନ୍ନ ଯୋଜନାରେ ଲାଭବାନ ହୋଇଥିବା ସମସ୍ତ ବିକାଶ କାର୍ଯ୍ଯ ସବୁକୁ ପ୍ରତି ପରିବାର ରେ ପହଞ୍ଚାଇବାକୁ ଏବଂ ବିଜୁ ଜନତା ଦଳକୁ ବିପୁଳ ବିଜୟ କରାଇ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ଲାଗି କ୍ଷମତା କରାଇ ଭାରତରେ ଇତିହାସ ସୃଷ୍ଟି କରିବାକୁ ୱାର୍ଡ କାଉନସିଲର ଓ କମିଟି ସଦସ୍ୟଙ୍କ ଜରିଆରେ ସହରବାସୀଙ୍କୁ ନିବେଦନ କରିଥିଲେ। ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତାମସ୍ମିତା ନାୟକ, ଉପାଧ୍ୟକ୍ଷା ମଲ୍ଲିକା ଦାନୀ, ପ୍ରାକ୍ତନ ଅଧ୍ୟକ୍ଷ କଇରୁ ସ୍ବାଇଁ, ସୋନପୁର ବ୍ଲକ୍ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ଦଳ ଉପଦେଷ୍ଟା ନିଳାମ୍ବର ଶତପଥି, ପ୍ରାକ୍ତନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ଯୁବ ନେତା ସୋମନାଥ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ଟାଉନ ସଭାପତି ଜନ୍ମଜୟ ପାତ୍ର ସଭା ସଂଯୋଜନା କରିଥିବା ବେଳେ ଛାତ୍ର ଜନତା ସଭାପତି ଶାଶ୍ଵତ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ସମସ୍ତ ୱାର୍ଡରୁ ଶହ ଶହ ମହିଳା ଓ ସକ୍ରିୟ ସଦସ୍ୟ ଯୋଗଦେଇ ଥିବାବେଳେ ପ୍ରତି ୱାର୍ଡକୁ ଶୀଘ୍ର ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବାକୁ ଶ୍ରୀ ପୂଜାରୀଙ୍କୁ ଆମନ୍ତ୍ରଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ