Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁସୁମୀରେ ରାମଲୀଳା:ଶବରୀ ଭୂମିକାରେ ଅଙ୍ଗୱାଡି କର୍ମୀ ସୁଲୋଚନା ଦାଶଙ୍କ ଅଭିନୟରେ ଦର୍ଶକ ତାଜୁବ୍

ସମ୍ବଲପୁର (କୁସୁମୀ):ରାମ ରାଜ୍ୟ ପ୍ରତିଷ୍ଠାର ଆଜି ଶୁଭାରମ୍ଭ ହୋଇଛି। କୁଚିଣ୍ଡାର କୁସୁମୀ ଠାରେ ଆଜି ରାମ ଶବରୀ ଭୂମିକାରେ ଅଙ୍ଗନୱାାଡି କର୍ମୀ ସୁଲୋଚନା ଦାଶଙ୍କ ଅଭିନୟ ଦର୍ଶକ ମନରେ ଭାବ ବିହ୍ୱଳ ସୃଷ୍ଟି କରିଥିଲା।
ଆଜିର ଉତ୍ସବରେ ସମ୍ବଲପୁରରେ ଆରମ୍ଭ ହୋଇଥିବା ସମ୍ବଲପୁରୀ ଧନୁଯାତ୍ରାର କଂସ ମହାରାଜ ଫଣିନ୍ଦ୍ର କୁମାର ପଣ୍ଡା,ଆକାଶବାଣୀ ଉଦଘୋଷକ ତଥା ବରିଷ୍ଠ କଳାକାର ସୂର୍ଯ୍ୟ ପାଣିଗ୍ରାହୀ, ସମ୍ବଲପୁରୀ ଧନୁଯାତ୍ରାର ନନ୍ଦ ରାଜା ଯୋଗେଶ କୁମାର ନନ୍ଦ, ସମାଜସେବୀ ଶ୍ରୀକାନ୍ତ ସାହୁ,ଅଶୋକ ଜୟପୁରୀଆ ରାଜ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମସ୍ତ ଅତିଥି ମାନଙ୍କୁ ସଭାରେ ସମ୍ବର୍ଦ୍ଧିତ କରା ଯାଇଥିଲା।ଅନୁଷ୍ଠାନର ବିଭୁତି କଲ୍ୟାଣ ପଟେଲ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପଦେଷ୍ଟା ଆଦିତ୍ୟ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।
ଉତ୍ସବରେ ହନୁମାନ ଭେଟ,ବାଳିବଧ ଓ ଲଙ୍କାପୋଡି ହୋଇ ୧୨ରେ ସେତୁବନ୍ଧ ପ୍ରତିଷ୍ଠା ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।୧୩ ତାରିଖରେ କୁମ୍ଭକର୍ଣ୍ଣ ଓ ଇନ୍ଦ୍ରଜିତ୍ ବଧ ପରେ ୧୪ ରେ ତରଣୀସେନ ଓ ରାବଣ ବଧ ପରେ ରାମ ଅଭିଷେକ ହୋଇ ରାମ ରାଜ୍ୟ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି। ୮ ଦିନ ବ୍ୟାପି ଆୟୋଜନ ହେବାକୁ ଥିବା ଏହି ମହୋତ୍ସବରେ କଳା ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରୁଥିବା ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ବିଭିନ୍ନ ଦିନରେ ଅତିଥି ଭାବେ ଯୋଗଦାନ କରୁଥିବା ବେଳେ ଏହାକୁ କୁସୁମୀର କଳା ଓ କଳାକାର ସଂଘ ପରିଚାଳନା କରୁଛନ୍ତି।ଆଜି ଅନେକ ଦିନର ଅପେକ୍ଷା ର ଅନ୍ତ ଘଟାଇ ଅନେକ ରାତି ର ସ୍ବପ୍ନ ଆଜି ସାକାର ହୋଇଛି।
ଅଭିଶପ୍ତ ଜୀବନ ର ଅନ୍ତ ଘଟାଇ
ପ୍ରଭୁଙ୍କ ଦର୍ଶନ ପାଇଁ ପାଗଲିନି ଶବରୀ ପ୍ରଭୁଙ୍କ ଦର୍ଶନ ପ୍ରାପ୍ତ କରିଛନ୍ତି।ଏହି ଶବରୀ ଭୂମିକା ରେ ୫୭ ବର୍ଷ ର ମହିଳା ଯିଏକି ଜଣେ ଅଙ୍ଗନୱାଡ଼ି କର୍ମୀ ସୁଲୋଚନା ଦାସଙ୍କ ଭାବବିହ୍ୱଳ ଅଭିନୟ ଚିତ୍ତାକର୍ଷଣ ହୋଇଥିଲା।ତାଙ୍କ ଅଭିନୟ ର ପରାକାଷ୍ଠା ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ। ଏହି ଅବସରରେ ବର୍ଷା ଠାକୁର,ବୈଷ୍ଣବୀ ପଟେଲ ଓ ଗୌରୀ ଠାକୁରଙ୍କୁ ସମ୍ମାନୀତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ