Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଙ୍ଗାଧର ମଣ୍ଡପ ଠାରେ ଡକ୍ଟର ବିଆର ଆମ୍ବେଦକରଙ୍କ ଜୟନ୍ତୀ ପାଳନ

ସମ୍ବଲପୁର :ସମ୍ବିଧାନ ପ୍ରଣେତା ଡକ୍ଟର ବିଆର ଆମ୍ବେଦକରଙ୍କ ୧୩୩ ତମ ଜୟନ୍ତୀ ଗଙ୍ଗାଧର ମଣ୍ଡପ ଠାରେ ମହାସମାରୋହରେ ପାଳନ କରାଯାଇଥିଲା। ସମ୍ବଲପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଓ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ସମ୍ବଲପୁର ଜିଲ୍ଲା ଶାଖା ମିଳିତ ଆନୁକୁଲ୍ୟରେ ସଂଘର ସଭାପତି ତରଣୀ ଖଡିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ତଥା ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ମ଼ହାସଚିବ ନିରଞ୍ଜନ ବିଶି , ମୁଖ୍ୟ ବକ୍ତା ଭାବରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦର ଅଧ୍ୟକ୍ଷ ନିହାଲ ସିଂ, ସମ୍ମାନିତ ଅତିଥି ଉଷମାନ ମୁଣ୍ଡା, ରୁପାଞଳି ରଣବିଡା,ଏମଡି ନୱ।ବ,ଅନିତା ଓରାମ,ଏସଡିସି ଭାଇସ ଚେୟାରମେନ ରାକ୍ଷୀ ମୁଣ୍ଡା, ରାଜ୍ୟ ସଭା ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ଆଶିଷ ନନ୍ଦ, ଯୁବରାଜ ଭୋଇ,ରାଜୁ ଖଡିଆ,ପ୍ରଦିପ କୁମ୍ଭାର,ସପନେଶ୍ଵର ପ୍ରଧାନ,ବସନ୍ତ କୋକବାଗ, ସୁବାସ ମିର୍ଦ୍ଧା,ପ୍ରମୁଖ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଭୟ ଅନୁଷ୍ଠାନର ସବୁ ପ୍ରତିନିଧି ମାନେ ବିଆର ଆମ୍ବେଦକରଙ୍କ ଜିବନି ତଥା ନିତି ଆଦର୍ଶ ନେଇ ସ୍ମୂତିଚାରଣ କରିଥିଲେ। ଏହାସହ ଆଦିବାସୀ ପରମ୍ପରା ର ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ମୋମିନା ଖାଚୁନ, ଯମୁନା ଶିକା ,ମଞ୍ଚୁ କରାଲି ଙ୍କ ସହ ୪ ଗୋଟି ନୃତ୍ୟ ଦଳଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଶେଷରେ ପରିଷଦର ଉପାଧ୍ୟକ୍ଷ ଶିବଶଙ୍କର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ‌। ତେବେ ଜୟନ୍ତୀ ସଭା କାର୍ଯ୍ୟକ୍ରମ ପୁର୍ବରୁ ମୋଦିପଡା ସ୍ଥିତ ବିଆର ଆମ୍ବେଦକର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ