Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୟନ୍ତପୁର ସରସ୍ବତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ

ସମ୍ବଲପୁର:ପାଶ୍ଚାତ୍ୟ ସଭ୍ୟତା କୁ ଆଦରି ନେଉଥିବା ମଣିଷ ବର୍ତ୍ତମାନ ମୋବାଇଲକୁ ନିଜର ଏକ ଅତ୍ୟାବଶ୍ୟକ ଭାବେ ଗ୍ରହଣ କରିନେଇଥିବା ଯୋଗୁଁ ସମାଜ ଅବକ୍ଷୟଦିଗକୁ ଗତି କରିବାରେ ଲାଗିଛି।ଏହାକୁ ପରିହାର କରି ଭାରତୀୟ ଶିକ୍ଷା, ସଂସ୍କୃତି ଓ ପରମ୍ପରା ସହିତ ଶିକ୍ଷାର୍ଥୀଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି ବୋଲି ଜୟନ୍ତପୁର ଶିଶୁ ମନ୍ଦିରର ବାର୍ଷିକି ଉତ୍ସବରେମତ ପ୍ରକାଶ ପାଇଛି।
ଜୟନ୍ତପୁର ସ୍ଥିତ ହାଇସ୍କୁଲ ପଡିଆରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବରେ ବକ୍ତାମାନେ ଯୋଗଦେଇ ଏଭଳି ମନ୍ତବ୍ୟ ରଖିଛନ୍ତି।ପ୍ରାରମ୍ଭରେ ଅନୁଷ୍ଠାନର ସଂପାଦକ ରଞ୍ଜନ କୁମାର ନାଥଙ୍କ ଆହ୍ୱାନ କ୍ରମେ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜଳନ କରିବା ଓ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ପ୍ରାର୍ଥନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସଭାରେ ଗଙ୍ଗାଧର ମେହେର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରସାଦ ପଣ୍ଡା ମୁଖ୍ୟଅତିଥି, ଲୋକକବି ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟବକ୍ତା ଓ ସମ୍ମାନୀତ ଅତିଥି ଭାବେ ଅବସର ସିଆରସିସି ପ୍ରଶାନ୍ତ କୁମାର ପଣ୍ଡା ଓ ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀ ଯୋଗଦେଇ ପିଲାଙ୍କ ଚାପମୁକ୍ତରୁ ଦୂରେଇ ରଖି ସେମାନଙ୍କ ସାମାଜିକ, ବୌଦ୍ଧିକ, ଶାରୀରିକ ଓ ସଂସ୍କାର ମୂଳକ ବାତାବରଣ ତିଆରି କରିବାକୁ ସବୁ ସ୍ତରରେ ଉଦ୍ୟମ କରାଯିବାକୁ ଗୁରୁତ୍ୱ ଦେବା ସହ ସମଗ୍ର ଭାରତରେ ଏକ ପ୍ରକାର ଶିକ୍ଷାର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା।ଏପରିକି ସଂସ୍କୃତି ଓ ପରମ୍ପରା ଶିକ୍ଷାର ମାନଦଣ୍ଡକୁ ଅଭିବୃଦ୍ଧି କରିଥାଏ ବୋଲି ଦର୍ଶାଇଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟା ସୁସ୍ମିତା ଦୀପ ବାର୍ଷିକ ବିବରଣୀ ପାଠ କରିଥିଲେ। ସଭାରେ ଅନୁଷ୍ଠାନ ର ସଭାପତି ସରୋଜ କୁମାର ନାଥ ଅଧ୍ୟକ୍ଷତା କରିଥିଲେ।ଅନ୍ୟ ମାନଙ୍କମଧ୍ୟରେ କବି ଲଲିତ ମୋହନ ବେବର୍ତ୍ତା ଓ କମଳ ଲୋଚନ ପଣ୍ଡା ଉପସ୍ଥିତ ଥିଲେ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କାର ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା।ଏହାକୁ ତିଲୋତ୍ତମା ପ୍ରଧାନ ପରିଚାଳନା କରିଥିଲେ। ବନ୍ଦେ ଉତ୍କଳ ଜନନୀ ଗାନ ପରେ ସଭା ସାଙ୍ଗ ହୋଇ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହାକୁ ଲିଲିମା ପ୍ରଧାନ,ଦିବ୍ୟାଶ୍ରୀ କାଣ୍ଡ,ରିତିକ୍ ମିର୍ଦ୍ଧା,ଭାଗ୍ୟଶ୍ରୀ ଜାଲ,ଜ୍ୟୋତ୍ସା ଜଉଡା,ସୁଷମା ଭୋଇ,ତପସ୍ୱୀନି ବଗର୍ତ୍ତି,ମୋନାଲିସା ମୁଣ୍ଡା,ଜସ୍ମିତା ମିର୍ଦ୍ଧା ପ୍ରମୂଖ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ