ନମ୍ରତା ହିଁ ମଣିଷ ର ଶ୍ରେଷ୍ଠ ଗୁଣ :ରାଷ୍ଟ୍ର ନିର୍ମାଣ ରେ ଯୁବପ୍ରସ୍ତୁତି ପ୍ରଶିକ୍ଷଣ

ସମ୍ବଲପୁର:ଆଜି ପୂର୍ବାହ୍ନ ରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ୨୦୨୪ ବର୍ଷ ପାଇଁ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ଦ୍ଵିତୀୟ ସପ୍ତାହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଲାଇବ୍ରେରି ର ନିଜସ୍ୱ ପ୍ରେକ୍ଷାଳୟରେ ଆରମ୍ଭ ହୋଇଯାଇଛି।ପ୍ରଥମ ଅଧିବେଶନ ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ନୁଆଁ ପିଲାଙ୍କୁ ସ୍ୱାଗତ ସହ ପ୍ରାକ୍ତନ ଶିକ୍ଷା ମଣ୍ଡଲାଧିଶ ଡ଼. ଗିରିଧାରୀ ହୋତା ନୈତିକ ଶିକ୍ଷା ପ୍ରସଙ୍ଗ ରେ ” ନମ୍ରତା” ଉପରେ ଆଲୋଚନା କରି ନମ୍ରତା ର ମହତ୍ବ ଓ ଆମର ଦୈନଦିନ ଜୀବନ ରେ ଏହାର ପ୍ରୟୋଗ ଉପରେ ଆଲୋଚନା କରିଥିଲେ।ଦ୍ଵିତୀୟ ଅଧିବେଶନ ବିଜ୍ଞାନ ଓ କାରିଗରୀ କୌଶଳ ପ୍ରସଙ୍ଗ କ୍ରମେ “°କ୍ରୁତ୍ରିମ ବ
ବୁଦ୍ଧିମତା “ର ସକାରାତ୍ମକ ଦିଗ ଉପରେ ଅଲୋଚନା ଆରମ୍ଭ କରି କମ୍ପୁଟର ବୈଜ୍ଞାନିକ ସ୍ୱସ୍ତିକ ନାୟକ କ୍ରୁତ୍ରିମବୁଦ୍ଧିମତା ର ପ୍ରୟୋଗ ଓ ଉପକାରିତା ଉପରେ ଉ ବିଭିନ୍ନ ଉଦାହରଣ ସହ ବୁଝେଇଥିଲେ।କାର୍ଯ୍ୟକ୍ରମ ର ସଂଯୋଜକ ରାଜେନ୍ଦ୍ର କୁମାର ପଣ୍ଡା ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ପିଲାଙ୍କୁ ପ୍ରେ ରିତ କରବା ପାଇଁ ଜଣେ ପ୍ରାକ୍ତନ ଛାତ୍ରୀ ଅଦିତି ମିଶ୍ର ନିଜର ସକରାତ୍ମକ ଅଭିଜ୍ଞତା ବାଣ୍ଟିବଥିଲେ।ପିଲାଙ୍କୁ ଉତ୍ସାହିତ କରିବା ପାଇଁ ଲାଇବରୀ ର ସଭାପତି ପ୍ରୋ ଆଦିତ୍ୟ ପ୍ରସାଦ ପାଢ଼ୀ, ଶଙ୍କର ପ୍ରସାଦ ପତି,ମୁରଲୀଧର ପ୍ରେମନାଥ ନାୟକ,ଅର୍ଜୁନରଞ୍ଜନ ପଣ୍ଡା,ଗୋଳକ ବିହାରୀ ମିଶ୍ର,ଡ଼ ଜୟଦେବ ମେହେର, ପ୍ରଦୀପ ପଣ୍ଡା,ଉଦିତ ପାଟଯୋଶୀ ଓ ଶିବ ଶଙ୍କର ଷଡଙ୍ଗୀ ଙ୍କ ସମେତ ଅନେକ ଶିକ୍ଷାବିତ୍ ଓ ଅବିଭାବକ ଉପସ୍ଥିତ ଥିଲେ।ଆଜି ପ୍ରଶିକ୍ଷଣ ଶିବିର ରେ ମହାନଗର ନିଗମସ୍ଥ ମୋଟ ୧୭ ଟି ହାଇସ୍କୁଲ ରୁ ୬୩ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ଶ୍ରୀ ବିଜୟ ସାହୁ ଓ ଭିସୁଟ ର ମନୋଜ କୁମାର ପଟେଲ ବୈଷୟିକ ସହାୟତା ପ୍ରଦାନ କରି ଥିଲେ।