Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଳକଷ୍ଟ ପାଇଁ ପ୍ରଶାସନର ଦ୍ବାରସ୍ଥ ହେଲେ ଝାରବାହାଲି ଗ୍ରାମବାସୀ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଜିଲ୍ଲାର ଉଲୁଣ୍ଡା ବ୍ଲକ୍ ଚଢେଇପଙ୍କ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଝାରବାହାଲି ଗ୍ରାମ ବାସିନ୍ଦା ପାନୀୟ ଜଳ ସଙ୍କଟ ଦୂର କରିବାକୁ ପ୍ରଶାସନ ପାଖରେ ଆଜି ଗୁହାରି କରିଛନ୍ତି। ଆଜି ଉକ୍ତ ଗ୍ରାମର କିଛି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ର ସଦସ୍ୟମାନଙ୍କ ସହ କିଛି ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଗଲା ବର୍ଷ ଠୁ ଗ୍ରାମବାସୀ ମାନେ ଏ ବିଷୟରେ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରି ଆସୁଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନ ଥିବା କହି କ୍ଷୋଭ ପ୍ରକାଶ କରିଛନ୍ତି। ସେମାନେ ବ୍ୟବହାର କରୁଥିବା ଏକ ଦୂଷିତ ପାଣି ବୋତଲ ହାତରେ ଧରି ଆସିଥିବା ନଜର କୁ ଆସିଥିଲା। ଗ୍ରାମ ରେ ପ୍ରାୟ ୩୦୦୦ ଲୋକ ଜଳ କଷ୍ଟ ରେ ଥିବା ଅତ୍ୟନ୍ତ କ୍ଷୋଭର ସହ ସେମାନେ ପ୍ରକାଶ କରିଛନ୍ତି। ଗ୍ରାମରୁ ମାତ୍ର ୨ କିଲୋମିଟର ଦୂରରେ ଥିବା ଖରଶ୍ରୋତା ମହାନଦୀ ର ମାଙ୍କଡବାହାଲ ଘାଟରୁ ପାଇପ ଯୋଗେ ଜଳ ଯୋଗାଣ ସୁବିଧା କରିଦେଲେ ସବୁ ଦିନ ପାଇଁ ଜଳ କଷ୍ଟ ଦୂର ହୋଇ ପାରିବା ନେଇ ଗ୍ରାମବାସୀ ମତ ବ୍ୟକ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ଗ୍ରାମ ର ଜଗନ୍ନାଥ ଏସଏଚଜି, ଶ୍ରୀକୃଷ୍ଣ ଏସଏଚଜି, ରାଧାରାଣୀ ଏସଏଚଜି ମହିଳା ଗ୍ରୁପ ର ବୃନ୍ଦାବତି ଭୋଇ, ଭାଗ୍ୟ ବିଶି, ପାଙ୍କଜିନି ସାହୁ, କୁଲତି ବିଶି, ରୁକ୍ମଣୀ ଘିବେଲା, ସୀତା ମାଝୀ, ସବିତା ସେଠ୍ ଙ୍କ ସହ ଅନେକ ମହିଳା ଓ ବାହାଦୁର ବାଘ୍, ରାଜକୁମାର ସେଠି, ଗୌର ହରି କର୍ଣ୍ଣ, ସୁଦାମ ପ୍ରଧାନ, ନରେନ୍ଦ୍ର ହୋତା ଜିଲ୍ଲାପାଳ କାର୍ଯ୍ୟଳୟ କୁ ଆସି ପ୍ରଶାସନିକ ଅଧିକାରୀଙ୍କୁ ଜଳ କଷ୍ଟ ଦୂର କରିବାକୁ ଗୁହାରି କରିଥିବା ଦେଖାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ