Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁର ପଲ୍ଲୀରେ ହନୁମାନ୍ ଜୟନ୍ତୀ: ଗ୍ରାମାଞ୍ଚଳ ଆଧ୍ୟାତ୍ମିକ ମୟ

ସମ୍ବଲପୁର: ଯୁଯୋମୁରା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ହନୁମାନ୍ ଜୟନ୍ତୀ ଅବସରରେ ହନୁମାନ୍ ଚାଳିଶା,ରାମ ଚରିତ ମାନସ,ସଂକୀର୍ତ୍ତନ ହେବା ଫଳରେ ଗ୍ରାମ ଗୁଡିକର ପରିବେଶ ଆଧ୍ୟାତ୍ମିକ ମୟ ହୋଇ ଉଠିଥିଲ।
ଯୁଯୋମୁରା ସମତେ ଡଙ୍ଗରପଡା, ବାହାମ,କୁକୁଡାପାଲି,କବରାପାଲି,ଜୟନ୍ତପୁର,ନୂଆଁବରଙ୍ଗାମାଲ,ଝାଙ୍କରପାଲି,ମେଘପାଳ,ଛାମୁଣ୍ଡା,ବୀରସିଙ୍ଗଗଡ,ଟାମ୍ପରଗଡ,ଲିପିଣ୍ଡା,କେଶାପାଲି,କଂସର ପ୍ରଭୃତି ପଞ୍ଚାୟତ ହନୁମାନ୍ ମନ୍ଦିର ମାନଙ୍କରେ ଯଥା ରୀତି ନୀତି ଅନୁଯାୟୀ ପୂଜାର୍ଚନା ପରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଛାମୁଣ୍ଡା ପଞ୍ଚାୟତର ହାତୀପଡା ଠାରେ ଥିବା ମନ୍ଦିରେ ଶିବ ଶଙ୍କର ପଣ୍ଡା ପୌରହିତ୍ୟରେ ଝିଲି ଓ ଶ୍ରୀକାନ୍ତ ହାତୀ କର୍ତ୍ତା ଦାୟିତ୍ୱ ସଂପର୍ଣ୍ଣ କରିଥିଲେ।ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଛାମୁଣ୍ଡା ସରପଞ୍ଚ୍ ବନିତା ଓରାମ୍,ମେଘପାଳ ସରପଞ୍ଚ୍ ମମତା ପ୍ରଧାନ,ଟିକିବା ସରପଞ୍ଚ୍ ମମତା ଭାଙ୍ଗ୍ରେ,ସାମ୍ବାଦିକ ତନ୍ୱୟ ମହାପାତ୍ର,କୈଳାସ ବାଗ୍ ପ୍ରମୂଖ ଅତିଥି ଭାବେ ଯୋଗଦାନ କରିଥିଲେ।ଡା.ରାଜାରାମ ଷଡଙ୍ଗୀ ,ସୂର୍ଯ୍ୟ ପଣ୍ଡା, ପିତାମ୍ବର ହାତି,ମୁନୁ ମାଝୀ,ସନ୍ତୋଷ ପଧାନ,ଲୋଚନ ହାତୀ ପ୍ରମୂଖ ପରିଚାଳନା କରିଥିବା ବେଳେ ସମସ୍ତଙ୍କୁ ଅର୍ନ ଭୋଗରେ ଆପାୟିତ କରାଯାଇଥିଲା।ମେଘପାଳ ଠାରେ ସୁନନ୍ଦା ମାଝୀଙ୍କ ପୌରହିତ୍ୟରେ ସମିତିସଭ୍ୟା ଲିଲିମା ଧୁରୁଆ ଓ ବିନୋଦ ଧୁରୁଆ କର୍ତ୍ତା ଦାୟିତ୍ୱ ଗ୍ରହଣ କରିଥିଲେ।ସେହିପରି ଏହି ପଞ୍ଚାୟତର ହାତିଦହଲା ଠାରେ ମଧ୍ୟ ଜୟନ୍ତୀ ପାଳନ ହୋଇଥିଲା।ଡଙ୍ଗରପଡା ପଞ୍ଚାୟତର ବନପଡା, ହୀରୋ,ଝରଝରୀ,ସଦାପାଲି ସରଖଣ୍ଡି ଓ କୁଦୋପଡା ଠାରେ ଅନୁଷ୍ଠିତ ଜୟନ୍ତୀ ରେ ସ୍ଥାନୀୟ ସମ୍ବଲପୁର ଅୟସକାନ୍ତ ବଡପଣ୍ଡା ଯୋଗ ଦେଇ ସନାତନ ଧର୍ମର ପ୍ରଚାର ଓ ପ୍ରସାର ପାଇଁ ଗ୍ରାମବାସୀଙ୍କ ଏକତା ପ୍ରତି ଗୁରୁତ୍ୱ ଦେଇଥିଲେ।ସେହିପରି ବାହାମ ପଞ୍ଚାୟତର ଖଲିଆପାଲି ପାର୍କ ଛକ ଟାରେ ସଞ୍ଜିବ ପଣ୍ଡାଙ୍କ ନେତୃତ୍ୱରେ ଘଣ୍ଟ ବାଦ୍ୟ ଓ ସଂକୀର୍ତ୍ତନ ଦ୍ୱାରା ଅଞ୍ଚଳ ଆଧ୍ୟାତ୍ମିକ ମୟ ହୋଇ ଉଠିଥିଲା। ପୁର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ପୁର ପଲ୍ଲୀରେ ହନୁମାନ୍ ଜୟନ୍ତୀ ବହୁ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇ ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ