Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରାମ ଅଭିଷେକ ଓ ରାମରାଜ୍ୟ ପ୍ରତିଷ୍ଠାରେ କୁସୁମି ରାମଲୀଳା ଉଦଯାପିତ

ସମ୍ବଲପୁର(କୁସୁମୀ):ରାମ ଅଭିଷେକ ଓ ରାମରାଜ୍ୟ ପ୍ରତିଷ୍ଠାରେ କୁସୁମିର ପ୍ରସିଦ୍ଧ ରାମଲୀଳା ଉଦଯାପିତ ହୋଇ ମଞ୍ଚ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପନ ହୋଇଛି।
ସଭାରେ ରାଜଅତିଥି ମାନଙ୍କ ଠାରୁ ନାଟ୍ୟ ଦୃଶ୍ୟରେ ଥିବା କଳାକାର ଚରିତ୍ର ମାନଙ୍କ ନାଟକୀୟ ସଂଳାପରେ ପ୍ରଭୁ ହନୁମାନ୍ ଓ ଶ୍ରୀରାମ ଉଚ୍ଚାରଣରେ ସମଗ୍ର କୁସୁମୀରେ ଆଧ୍ୟାତ୍ମିକର ପରିବେଶ ସୃଷ୍ଟି ହୋଇଥିଲା। ୮ ଦିନ ବ୍ୟାପି ଆୟୋଜନ ହୋଇଥିବା ଏହି ମହୋତ୍ସବରେ କଳା ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରୁଥିବା କୁସୁମୀର କଳା ଓ କଳାକାର ସଂଘ ଦ୍ୱାରା ପରିଚାଳିତ ଅନ୍ତିମ ଦିବସରେ ଭାବ ବିହ୍ୱଳ ହୋଇ ଯାଇଥିଲେ ଦର୍ଶକ।ସବୁରି ଆଖିରେ ଝରୁଥିଲା ଥପ୍ ଥପ୍ ଲୁହ।
ଏହି ରାମଲୀଳା ମହୋତ୍ସବରେ ମୋଟ ୧୦୬ କଳାକାରଙ୍କ ନାଟ୍ୟ ଅଭିନୟ ଖୁବ୍ ଚିତ୍ତାକର୍ଷକ ହୋଇଥିଲା।ହଜାର ହଜାର ଦର୍ଶକ ରାମଲୀଳା ମହୋତ୍ସବର ମଜା ଉଠାଇଛନ୍ତି। ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ଚିତ୍ତାକର୍ଷକ ଅଭିନୟ କରିଥିଲେ।
ଉଦଯାପନୀ ଉତ୍ସବର ସଭାରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ପୁର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ି,ଶିକ୍ଷାବିତ୍ ରାଜେନ୍ଦ୍ର କୁମାର ପଣ୍ଡା,କୁଚିଣ୍ଡାର ପୁର୍ବତନ ବିଧାୟକ ରବି ନାଏକ,ସାମାଜିକ କର୍ମୀ ଡାକ୍ତର ରାଜାରାମ ଷଡଙ୍ଗୀ,ଶିକ୍ଷାବିତ ବିଷ୍ଣୁ ପ୍ରସାଦ ପଟେଲ ରାଜ ଅତିଥୀ ଭାବେ ଯୋଗଦେଇ ପ୍ରଭୁ ଶ୍ରୀରାମ ଙ୍କ ଉପରେ ବିଭିନ୍ନ ଆଲୋଚନା ରଖିଥିଲେ।ରାମଲୀଲା କମିଟି ସଭାପତି ଦୀପକ ସାହୁ,ସୁଜ୍ଞାନି କୁମାର ନାୟକ ପ୍ରମୁଖଙ୍କ ପରିଚାନାରେ କଳା ଓ କଳାକାର ସଂଘର ସଭାପତି ବିଭୁତି କଲ୍ୟାଣ ପଟେଲ ସଭାରେ ଅଧ୍ୟକ୍ଷତାରେ କରିଥିଲେ।ଉପଦେଷ୍ଟା ଆଦିତ୍ୟ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।ରାମଲୀଳାକୁ ମିତ୍ରଭାନୁ ନାୟକ ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତଜ୍ଞ ଅଶୋକ ଜୟପୁରିଆଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଭାରତୀ ପଟେଲ ଓ ଲିଲିମା ପଟେଲ ପ୍ରମୂଖ ସଂଗୀତ ରୂପ ଦେଇଥିଲେ।ଏହି ଅବସରରେ ରାମଲୀଳାରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାର,କଣ୍ଠଶିଳ୍ପୀ ଓ ପ୍ରଚ୍ଛଦ କଳାକାର ପ୍ରମୂଖଙ୍କୁ ସମ୍ମାନୀତ କରାଯାଇଥିଲା।
ଶେଷ ରଜନୀରେ ହଜାର ହଜାର ଦର୍ଶକଙ୍କ ଉତ୍ସାହ ଓ ଉତ୍କଣ୍ଠା ରାମଲୀଳାର ସଫଳତା ଓ ଆଧ୍ୟାତ୍ମିକ ରାମ ଚରିତ ପ୍ରତି ଲୋକଙ୍କ ଭକ୍ତିପୁତ ଶ୍ରଦ୍ଧା ବାରି ହୋଇ ପଡୁଥିଲା।