ମହାତାବ ନଗର ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳିତ

ସମ୍ବଲପୁର:ବୁର୍ଲା ମହାତାବ ନଗର ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଚାଲିଛି। ଏହି କାର୍ଯ୍ୟକ୍ରମକୁ ସଂଘର ଫାର୍ମାଶିଷ୍ଟ-ଜଗନ କୁମାର ସିଂହ,ନସିଂ ଅଫିସର-ସୁଭାଶିନୀ ସିଂହ,ଲେବ୍ ଟେକ୍ନିସିଆନ-କିରଣ ଚୈଧୁରୀଙ୍କ ଦ୍ଵାରା ପରିଚାଳନାରେ ୨୦ ରୁ ଉର୍ଦ୍ଧ ସ୍ୱାସ୍ଥ୍ୟ କର୍ମଚାରୀ ଆଶା ଓ ସ୍ୱେଚ୍ଛାସେବୀ ଭାଗ ନେଇଛନ୍ତି !ପ୍ରଥମେ ଡାକ୍ତରଖାନା ମଧ୍ୟରେ ଏକ ସ୍ୱଚ୍ଛତା ପକ୍ଷ ଆଲୋଚନା କାର୍ଯ୍ୟକ୍ରମ ହୋଇଥିଲା ।ଏଥିରେ ମାସ ସଦସ୍ୟ- ଆସା ପ୍ରତିମା ଗଉଡ ଓ ଏଡବ୍ଲୁ-ପଦ୍ମିନୀ ମହାକୁଡ ଅଂଶ କରି ନିଜ ସାହିରୁ ଆରମ୍ଭ କରି ସ୍କୁଲ ,ରାସ୍ତା ଘାଟ ଓ ଅନ୍ୟାନ୍ୟ ଜାଗାକୁ ସଫା ସୁତୁରା କରି ,ଏହି ସ୍ୱଚ୍ଛତା ଅଭିଯାନକୁ ଆରମ୍ଭ କରି ଲୋକଙ୍କ ମନରେ ସ୍ଥାୟୀ ସଚେତନତା ସୃଷ୍ଟି କରିବା ମୁଖ୍ୟ ଲକ୍ଷ।ଏହି କାର୍ଯ୍ୟକ୍ରମ ତା ୦୧/୦୪/୨୦୨୪ ରୁ ଆରମ୍ଭ ହୋଇ ତା ୧୫/୦୪/୨୦୨୪ ପର୍ଯ୍ୟନ୍ତ ସୁଚାରୁରୁପେ ସମସ୍ତ କର୍ମକର୍ତ୍ତା ତୁଲାଇ ଥିଲେ।