କ୍ଷେତରାଜପୁର ଓ ଚାଉଁରପୁର ସ୍ୱାସ୍ଥ୍ୟକେନ୍ଦ୍ର ରେ ସ୍ୱଚ୍ଛତା ପକ୍ଷ

ସମ୍ବଲପୁର:ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କ୍ଷେତରାଜପୁର ଓ ଚାଉଁରପୁର ଠାରେ ସ୍ୱଚ୍ଛତା ପକ୍ଷ ପାଳିତ ହୋଇ ଯାଇଛି l ଦିଲୀପ କୁମାର ନନ୍ଦ ଙ୍କ ପରିଚାଳନା ରେ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ୧ ଏପ୍ରିଲ ରୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ବିଭିର୍ନ ସ୍ୱଚ୍ଛତା ମୁଲକ କାର୍ଯ୍ୟକ୍ରମ ଯଥା ହାତ ଧୋଇବା , ବସ୍ତି ସଫେଇକରିବା ,ମହିଳା ଆରୋଗ୍ୟ ସମିତି ତରଫରୁ ରାଲି କରିବା ପରି କାର୍ଯ୍ୟକ୍ରମ ଚାଲୁଥିଲା l ଆଜି ସ୍ୱାସ୍ଥ୍ୟକେନ୍ଦ୍ର କ୍ଷେତରାଜପୁର ତରଫରୁ ଡାକ୍ତରଖାନା ର ଚତୁର୍ପାଶ୍ୱ ସଫା କରିବା ସହିତ ରୋଗୀ ମାନଙ୍କୁ ସ୍ୱଚ୍ଛତା ର ଉଦେଶ୍ୟ ଡା ବ୍ରଜେନ୍ଦ୍ର ପଣ୍ଡା ବୁଝାଇ ଥିଲେ l ସେହିପରି ଚାଉଁରପୁର ଠାରେ ମଧ୍ୟ ଡାକ୍ତରଖାନା ପରିସର ସଫାକରି ରୋଗୀ ମାନଙ୍କର ବ୍ୟକ୍ତିଗତ ସ୍ୱଚ୍ଛତା ଉପରେ ବୁଝାଇଥିଲେ l କାର୍ଯ୍ୟକ୍ରମରେ ଡା ହିମାଂଶୁ ଶେଖର ପଟନାୟକ ,ଡା ଜ୍ୟୋତି ରାମଚନ୍ଦନି ,ମନିଷା ଆଚାର୍ଯ୍ୟ ,ଝରେସ ଭୋଇ ,ଘନସୁନ୍ଦର ସାହୁ ,ଵିନ୍ଦୁଶେଖର ମlଝି ,ବିଶ୍ୱରଂଜନ ବାବୁ ,ପୁର୍ଣିମା ଭୋଇ ,ପିଣ୍ଟୁ ପ୍ରୂସେଠ ପ୍ରଭୁତି ସହଯୋଗ କରିଥିଲେ l