Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମେନ୍ଦ୍ର ଜଣେ ସୁବିଧାବାଦୀ ନେତା: ପ୍ରାର୍ଥୀ ହେବା ପରେ ମନେ ପଡିଲାକି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କଥା! ଯୁବ ବିଜେଡି

ସମ୍ବଲପୁର:ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ବାର୍ ଆସୋସିଏସନକୁ ଯାଇ ଆଜି ଆଇନଜୀବୀଙ୍କ ସହ ଆଲୋଚନା କରିଥିଲେ । ତଥା ଏହି ଆଲୋଚନା ସମୟରେ ସେ ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ସର୍କିଟ ବେଞ୍ଚ ପ୍ରତିଷ୍ଠା ହେଉ ଏବଂ ଏହା ସେ ବ୍ୟକ୍ତିଗତ ଭାବରେ ଓ ତାଙ୍କ ବିଜେପି ଦଳ ସମର୍ଥନ କରୁଥିବା କଥା କହିଥିଲେ । ମାନ୍ୟବର ମନ୍ତ୍ରୀ ଯଦି ସମ୍ବଲପୁରର ଜନସାଧାରଣ ତଥା ସମ୍ବଲପୁର ବାର୍ ଆସୋସିଏସନ ପ୍ରତି ଏତେ ଦରଦ ଅଛି ପୂର୍ବରୁ କାହିଁକି ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ସର୍କିଟ ବେଞ୍ଚ ପ୍ରତିଷ୍ଠା ଦାବୀକୁ ଖୋଲା ଖୋଲି ଭାବେ ସମର୍ଥନ କଲେ ନାହିଁ । ଯେତେବେଳେ ମାନ୍ୟବର ସୁପ୍ରିମକୋର୍ଟ ତାଙ୍କର ରାୟରେ ସମ୍ବଲପୁର ସମେତ ସାରା ପଶ୍ଚିମ ଓଡ଼ିଶାର ପ୍ରାୟ ଜିଲ୍ଲାରେ ଭାର୍ଚୁଆଲ କୋର୍ଟ କରିବାକୁ ଆଦେଶ ଦେଇଛନ୍ତି । ଏହା ଜାଣି ମଧ୍ୟ ମାନ୍ୟବର ମନ୍ତ୍ରୀ ନିର୍ବାଚନରେ ଭୋଟ ହାତେଇବାକୁ ଏବେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କଥା ଉଠାଇବା ନିହାତି ହାସ୍ୟାସ୍ପଦ ବିଷୟ । ସମ୍ବଲପୁର ମାଟି ପ୍ରତି ଯଦି ଏତେ ଦରଦ ଥିଲା ମାନ୍ୟବର ମନ୍ତ୍ରୀ ପୂର୍ବରୁ କେତେ ଥର ଏ ବିଷୟ ସଂସଦରେ ଉଠାଇଛନ୍ତି ଏବଂ ପୂର୍ବରୁ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀକୁ କାହିଁକି ଖୋଲା ଖୋଲି ସମର୍ଥନ ଜଣାଇ ନ ଥିଲେ । ବିଜେପି ଦଳର ଉଭୟ ବିଧାୟକ ଓ ସାଂସଦ ପାଞ୍ଚ ବର୍ଷ ହେଲା ଅନ୍ତର୍ଦ୍ଧାନ ଥିବା ବେଳେ ଏବେ ମାନ୍ୟବର ମନ୍ତ୍ରୀ ଲୋକ ସଭା ପ୍ରାର୍ଥୀ ହୋଇ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କଥା ଉଠାଇବା ନିହାତି ହାସ୍ୟାସ୍ପଦ ବୋଲି ସମ୍ବଲପୁର ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ