Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସତ ହେଲା ଓଡିଶା ଡଟ୍ ନ୍ୟୁଜ ଆକଳନ:ବଦଳିଲେ ପ୍ରାର୍ଥୀ

ସମ୍ବଲପୁର,(ରାଜାରାମ ଷଡଙ୍ଗୀ): ସମ୍ବଲପୁର ଓ ରେଢାଖୋଲ ବିଧାନସଭା ଆସନକୁ ନେଇ ଯାହା ଆକଳନ କରାଯାଉଥିଲା,ତାହାହିଁ ଶେଷରେ ପ୍ରମାଣିତ ହେଲା।ଓଡିଶା ଡଟ୍ ନ୍ୟୁଜ ରେଢାଖୋଲକୁ ନେଇ ବାରମ୍ବାର ପ୍ରଶ୍ନ ଉଠାଉଥିଲା।ବିଜେଡିରୁ ପ୍ରଶନ୍ନ ଆଚାର୍ଯ୍ୟ ରେଢାଖୋଲରେ ଠିଆ ହେବା ନେଇ ଆରମ୍ଭରୁ ହିଁ ଆକଳନ କରିଥିଲା।କିନ୍ତୁ ପ୍ରଶନ୍ନଙ୍କ ବଦଳରେ ଇଂ.ରୋହୀତଙ୍କୁ ରେଢାଖୋଲରୁ ପୁନଃର୍ବାର ଟିକଟ ଦିଆଯାଇ ପ୍ରଶନ୍ନଙ୍କୁ ସମ୍ବଲପୁର ଟିକଟ ଦିଆଯାଇଥିଲା।ଏହାକୁ ନେଇ ଅସୁଖୀ ଥିଲେ ପ୍ରଶନ୍ନ ଓ ତାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ନୈରାଶ୍ୟ ଭାବ ଦେଖା ଦେଇଥିଲା। ଆଉ ଶେଷରେ ଆଜି ଏହାର ପ୍ରଥମ ବିଜୟ ହୋଇଛି।
ଓଡିଶା ଡଟ୍ ନ୍ୟୁଜ ପ୍ରାରମ୍ଭରୁ ହିଁ ରେଢାଖୋଲ ବିଜେଡିର ପ୍ରାର୍ଥୀ ନେଇ ଏକ ସ୍ପଷ୍ଟ ବାର୍ତ୍ତା ଦେବାକୁ ଯାଉଥିବା ବେଳେ ଆଜି ତାର ଅନ୍ତରାୟ ଘଟିଛି।ପୁର୍ବରୁ ବିଜେଡିର ଘୋଷଣା କ୍ରମେ ସମ୍ବଲପୁର ଓ ରେଢାଖୋଲ ପ୍ରାର୍ଥୀ ପରିବର୍ତ୍ତନ ହୋଇଛନ୍ତି। ରେଢାଖୋଲ ରେ ପ୍ରଶନ୍ନ ଆଚାର୍ଯ୍ୟ ଓ ସମ୍ବଲପୁର ରେ ଇଂ.ରୋହୀତ ପୂଝାରୀ ଦଳିୟ ଚିହ୍ନ ଶଙ୍ଖରେ ଲଢିବାକୁ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହା ପୁର୍ବରୁ ଏହା ଥିଲା ଓଲଟା।ଅର୍ଥାତ୍ ସମ୍ବଲପୁରରେ ପ୍ରଶନ୍ନ ବାବୁଙ୍କ ନାମ ଘୋଷଣା ହୋଇଥିବା ବେଳେ ଇଂ.ରୋହୀତ ରେଢାଖୋଲରୁ ଲଢ଼ିବାକୁ ଠିକ୍ ହୋଇଥିଲା।ଏହା ଆଜି ଜଣା ପଡିବା ପରେ ରେଢାଖୋଲ ବିଧାନସଭା ଆସନର ପୁରପଲ୍ଳୀରେ ଆନନ୍ଦ ଉଲ୍ଲାସ ଖେଳିଯିବା ସହିତ ପ୍ରଶନ୍ନଙ୍କ ଏହା ପ୍ରଥମ ବିଜୟ ବୋଲି ସବୁ ମହଳରେ ବଡ ଚର୍ଚା ଆରମ୍ଭ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ