Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଙ୍ଗଦାନ କରି ଅମର ହୋଇଗଲେ ସଂଯୁକ୍ତା,  ପ୍ରଶାସନ ପକ୍ଷରୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡ଼ିହି କେନ୍ଦୁଝର ଜିଲ୍ଲା ହାଟଡ଼ିହୀ ବ୍ଲକ୍ ସଢ଼ା ଗ୍ରାମର ସଞ୍ଜୁକ୍ତା ପାତ୍ରଙ୍କ ମୃତ୍ୟୁ ପରେ ଅନ୍ୟର ଜୀବନ ବଞ୍ଚାଇବାକୁ ପରିବାର ଲୋକଙ୍କ ସହାୟତାରେ ତାଙ୍କର ୩ଟିଅଙ୍ଗ ଦାନ କରାଯାଇଛି। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ମର ଶରୀରକୁ ଗାର୍ଡ ଅଫ ଅନର ଦିଆ ଯାଇ ସମ୍ମାନିତ କରାଯାଇଛି। ସୂଚନାରୁ ଜଣା ଯାଇଛି କି ସଢା ଗାଁର ରବୀନ୍ଦ୍ର ଜେନାଙ୍କ ସ୍ତ୍ରୀ ସଞ୍ଜୁକ୍ତା ପାତ୍ର(୫୦)  ଗତ ଗୁରୁବାର ଦିନ ଶୌଚହେବାକୁ ଯାଇଥିବା ବେଳେ ବାଥରୁମ ଭିତରେ ଗୋଡ଼ ଖସିଯିବାରୁ ପଡ଼ିଯାଇ ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମଙ୍ଗଳବାର ଦିନ ମୃତ୍ୟୁ ଘଟିଥିଲା। ମୃତ୍ଯୁ ପରେ ପରିବାର ଲୋକେ ଅଙ୍ଗଦାନ ନିମନ୍ତେ ନିଷ୍ପତି ନେଇଥିଲେ। ଅଙ୍ଗଦାନ ଦ୍ବାରା ଆଉ କାହାର ଆବଶ୍ୟକ‌ତା ପୂରଣ ହୋଇପାରିବ  ବୋଲି ପରିବାର ଲୋକେ ଚିନ୍ତା କରିବା ପରେ ସଞ୍ଜୁକ୍ତାଙ୍କ ଅଙ୍ଗଦାନ କରାଯାଇ ଥିଲା।  ତେବେ ଏହା ଏକ ମହତ କାମ ଏବଂ ଏହାଦ୍ୱାରା ସମାଜକୁ ଅଙ୍ଗଦାନ କରିବାର ବାର୍ତ୍ତା ଯିବ। ଆଜି ସକାଳ ୧୦ଟା ବେଳେ ସଂଜୁକ୍ତାଙ୍କ ମର ଶରୀର ଭୁବନେଶ୍ୱରରୁ ଆସି ସଢା ଛକରେ ପହଞ୍ଚିବା ପରେ  ଗାଁ ର ଶହଶହ ଯୁବକ ଏକ ବାଇକ ଶୋଭାଯାତ୍ରାରେ ସଂଯୁକ୍ତା ଅପା ଅମର ରହେ ଧ୍ୱନୀ ଦେଇ ଗାଁ ମୁଣ୍ଡ ହାଇସ୍କୁଲ ପଡିଆ ନିକଟକୁ ପାଛୋଟି ନେଇଥିଲେ। ସେଠାରେ  ହଜାର ହଜାର ଗ୍ରାମବାସୀଙ୍କ ଗହଣରେ  ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ସୋରେନ, ଅତିରିକ୍ତ ଏସ.ପି  ଏ. କୁଜୁରୁ, ଆନନ୍ଦପୁର ଉପଜିଲ୍ଲାପାଳ ଫାଲ୍ଗୁନୀ ମାଝୀ, ଏସ.ଡି.ପି.ଓ ପ୍ରଶାନ୍ତ କୁମାର ବେହେରା, ହାଟଡ଼ିହି ତହସିଲଦାର ହାବିଲ ଖାଖା, ସୋସୋ ଥାନା ଅଧିକାରୀ ବିଜୟ କୁମାର ବିହାରୀ, ନନ୍ଦିପଦା ଥାନା ଅଧିକାରୀ ରବିନ୍ଦ୍ର କୁମାର ପାତ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପଗୁଚ୍ଛ ଦେଇ  ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ତାଙ୍କୁ ତାଙ୍କୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା। ପରେ ତାଙ୍କ ମର ଶରୀରକୁ ଗ୍ରାମ ପରିକ୍ରମା କରିବା ପରେ ଗାଁ ସ୍ମଶାନ ରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା। ସ୍ବର୍ଗତ ସଂଯୁକ୍ତା ଶେଷକୃତ୍ୟ ବେଳେ ତାଙ୍କ ଦୁଇ ଝିଅ, ପୁତୁରା, ସ୍ୱାମୀ, ଦେଢଶୁର, ଓ ଅନେକ ବନ୍ଧୁ ପରିଜନ ଓ ଗ୍ରାମବାସୀ  ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ