Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଦେଖି ପାରୁନାହାନ୍ତି ଅନ୍ଧପୁଟୁଳି ବାନ୍ଧିଥିବା କ୍ରୀତଦାସ – ପ୍ରମୋଦ ରଥ

ସମ୍ବଲପୁର:ଆଜି ବିଜେଡି ନେତା ଙ୍କ ଦ୍ୱାରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଟାର୍ଗେଟ କରାଯାଇଥିଲା ।ଏହାକୁ ନେଇ ସମ୍ବଲପୁର ବିଜେପି ପକ୍ଷରୁ ସାମ୍ବାଦିକ ଜରିଆରେ ଖଣ୍ଡନ କରାଯାଇଛି ।ବିଜେପି ବରିଷ୍ଠ ନେତା ଡ଼. ପ୍ରମୋଦ ରଥ ଓ ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି ଏକ ମିଳିତ ପ୍ରେସ ବିବୃତି ରେ କହିଛନ୍ତି ଯେ…
ଦେବଗଡ଼ରେ ଏକ ଜନସଭାରେ ବିଜୁ ଜନତା ଦଳର ଜଣେ ଆମଦାନୀ ନେତା ଉମାଶଙ୍କର ସାହୁ ଯେଉଁଭଳି ଭାବରେ ମନ୍ତବ୍ୟ ଦେଇଛନ୍ତି, ତାହାକୁ ଆମେ ଦୃଢ ଭାବରେ ନିନ୍ଦା କରୁଛି । ଯାହା ଲଗୁଛି, କେବଳ ମିଛ ପ୍ରଚାର କରିବାରେ ବିଜେଡି ନେତା ଧୂରନ୍ଧର । ମିଛ କହିବାର ଗୋଟିଏ ସୀମା ଅଛି । ଆବଶ୍ୟକ ତଥ୍ୟ ଓ ଦସ୍ତାବିଜ୍ ନଥାଇ ଖାଲି ଭାଷଣରେ ବଡ ବଡ ବଡ ପାଟିରେ କହିଦେଲେ ମିଛଟି ସତ ହୋଇଯାଏନାହିଁ । ରାଜ୍ୟ ସରକାର ଜାଗା ଦେବା ପରେ ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ କରିନଥିବା କଥା ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ । ଏହାକୁ ମୁଁ ଓ ଆମ ଦଳ ଖଣ୍ଡନ କରୁଛୁ । ସତ କଥା ହେଲା, ବିଜେଡ଼ିକୁ ଧୀରେ ଧୀରେ ଲୋକମାନେ ତୀରଷ୍କାର କରିବା ଆରମ୍ଭ କଲେଣି । ଏଥିପାଇଁ ବିଜେଡି ଏଭଳି ମିଛ କୁମ୍ଭୀର କାନ୍ଦଣା କାନ୍ଦିବା ସହ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଆରୋପ ଲଗାଉଛି ।
ବିଜୁ ଜନତା ଦଳର କ୍ରୀତଦାସ ମଣ୍ଡଳୀ ବିଗତ କିଛି ମାସ ହେଲା ଗେଟ ଜଗିବା, ତମ୍ବୁ ଟାଣିବା ଏବଂ ଟ୍ରାଫିକ୍ ଦାୟିତ୍ଵରେ ବ୍ୟସ୍ତ ଥିଲେ, ଏହା ସ୍ଵଭାବିକ ଯେ ଜିଲ୍ଲାରେ ହେଉଥିବା ଭିତ୍ତିଭୂମି ବିକାଶ କାମ ଦେଖିବାକୁ ସମୟ ପାଇନଥିବେ। ଚଳିତବର୍ଷ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାନୁୟାରୀ ୧୩ ତାରିଖରେ କେନ୍ଦ୍ରୀୟ ବିଦ୍ୟାଳୟ ଦେବଗଡ଼ର ସ୍ଥାୟୀ କ୍ୟାମ୍ପସ ପାଇଁ ୩୨ କୋଟି ଟଙ୍କାର ବ୍ୟୟରେ କାମ ଆରମ୍ଭ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ହିଁ ଗତ ତିନି ବର୍ଷରେ ଓଡ଼ିଶାର କେନ୍ଦ୍ରୀୟ ବିଦ୍ୟାଳୟ ତାଲିକାରେ ୦୮ ଟି ନୂତନ ବିଦ୍ୟାଳୟ ଯୋଡ଼ି ହୋଇଛି । ଏଥିରୁ ୦୪ ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଯଥା – କେଭି ଆଇଆଇଟି ଭୁବନେଶ୍ୱର, କେଭି ଏମସିଏଲ ସୁଭଦ୍ରା ଏବଂ କେଭି ଏନଆଇଟି ରାଉରକେଲାରେ ଶୁଭାରମ୍ଭ ହୋଇଯାଇଛି । ସେହିପରି କେଭିର ୪ଟି ନୂଆ ବିଲଡିଂ ଯଥା ଆସିକା, ସୋନପୁର, ମୁଣ୍ଡଳିରେ କେନ୍ଦ୍ରୀୟ ବିଦ୍ୟାଳୟ ଓ ଅନୁଗୁଳ କେଭି – 2 ମଧ୍ୟ ଉଦଘାଟିତ ହୋଇଯାଇଛି ।
• ଏହି ତାଲିକାରେ ଖୁବ୍ ଶୀଘ୍ର ଆଉ ୧୩ ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟ ଯୋଡ଼ିହେବାକୁ ଯାଉଛି । ଏଥିରୁ ୬ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଯଥା –କେଭି ଜଗତସିଂହପୁର, କେଭି ଧର୍ମଗଡ଼, କେଭି ବାଲେଶ୍ୱର ନମ୍ବର – 2, କେଭି ଦିଗପହଣ୍ଡି, କେଭି ବ୍ୟାସନଗର, କେଭି ହିଞ୍ଜିଳିର ନିର୍ମାଣ ସମ୍ପୂର୍ଣ୍ଣ ହେବାକୁ ଯାଉଛି ।
• ଏହାବ୍ୟତିତ ଆଉ ୭ ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଯଥା – କୁଟ୍ରା, ନୂଆପଡା, ଖଡିଆଳ, ଛତ୍ରପୁର, ଆନନ୍ଦପୁର ଏବଂ ଦେବଗଡରେ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ପାଇଁ ଶିଳାନ୍ୟାସ ସ୍ଥାପନ ହୋଇଥିବା ବେଳେ ନିର୍ମାଣ କାମ ମଧ୍ୟ ଆରମ୍ଭ ହୋଇଯାଇଛି।
ଧର୍ମେନ୍ଦ୍ରଙ୍କ ପ୍ରଚେଷ୍ଟା ଯୋଗୁଁ ହିଁ ବହୁ କମ ସମୟ ମଧ୍ୟରେ ଓଡ଼ିଶାରେ ୨୧ ଟି କେନ୍ଦ୍ରୀୟ ବିଦ୍ୟାଳୟର ନିର୍ମାଣ ଓ ପରିଚାଳନା ତ୍ଵରାନ୍ନିତ ହେବା ସମ୍ଭବ ହୋଇଛି ।
ଉମାଶଙ୍କର ସାହୁ ଦେବଭୂମି ଦେବଗଡରେ ମିଛ ପ୍ରଚାରରୁ ଦୂରେଇ ରୁହନ୍ତୁ । ଯଦି ଆଜି ଦେବଗଡରେ ରେଳ ଲାଇନ ଆସିବାର ସ୍ୱପ୍ନ ପୂରଣ ହେବା ପାଇଁ ଯାଉଛି ତେବେ ତାହା କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ । ନିଜ ୨୫ ବର୍ଷ ଶାସନର ଅପାରଗତାକୁ ଲୁଚାଇବା ପାଇଁ ଏଭଳି ଦିନରେ ଲଣ୍ଠନ ଦେଖାଇବା ବନ୍ଦ କରନ୍ତୁ ।
ବିଜୁ ଜନତା ଦଳ ର କଣ୍ଟା ୫୫ ଜାତୀୟ ରାଜପଥ ରେ ଅଟକି ଯାଇଛି । ଜାତୀୟ ରାଜପଥ ର କାର୍ଯ୍ୟ ୯୦% ରୁ ଅଧିକ ସମ୍ପୂର୍ଣ୍ଣ ହୋଇସାରିଛି । କେନ୍ଦ୍ରମନ୍ତ୍ରୀ ଙ୍କ ନାଁ ରେ ମିଥ୍ୟା ଆରୋପ କରୁଥିବା ବିଜେଡି ଦଳ ଜାଣି ରଖିବା ଉଚିତ ଯେ ଜାତୀୟ ରାଜପଥ କାର୍ଯ୍ୟ ବିଳମ୍ବ ହେବାର ମୂଳ କାରଣ ହେଉଛି ରାଜ୍ୟ ସରକାର ଙ୍କର ଅପାରଗତା । ଜମି ଅଧିଗ୍ରହଣ ରେ ରାଜସ୍ବ ବିଭାଗ ଓ ଜଙ୍ଗଲ ବିଭାଗ ର ଅନୁମତି ପାଇଁ ଜଙ୍ଗଲ ବିଭାଗ ର ମନ୍ଥରଗତି ଓ ନିଷ୍କ୍ରିୟତା ପାଇଁ ଜାତୀୟ ରାଜପଥ କାର୍ଯ୍ୟ ବିଳମ୍ବ ହୋଇଛି ।
ନିଜର ଅପାରଗତା କୁ ଲୁଚେଇବା ପାଇଁ ବିଜେଡି ନେତା ମହାନଦୀ ପ୍ରସଙ୍ଗ ରେ କେନ୍ଦ୍ରମନ୍ତ୍ରୀ ଙ୍କୁ ଦାୟୀ କରୁଛନ୍ତି । ଛତିଶଗଡ ସରକାର ନିଜ ରାଜ୍ୟ ର ବିକାଶ ପାଇଁ ପିପିପି ମୋଡ଼ ରେ ଅନେକ ଛୋଟ ବଡ଼ ବ୍ୟାରେଜ ତିଆରି କରି ଜଳ ର ସତବ୍ୟବହାର କରିଛନ୍ତି । କିନ୍ତୁ, ରାଜ୍ୟ ରେ ଦୀର୍ଘ ୨୫ ବର୍ଷ କାଳ ଶାସନ କଲାପରେ ମଧ୍ୟ ସରକାର ଛୋଟିଆ ବ୍ୟାରେଜ ଟିଏ ମଧ୍ୟ ତିଆରି କରି ପାରିଲେ ନାହିଁ । ହୀରାକୁଦ ରୁ ପାଣି ବାହାରିଲେ ସିଧା ଯାଇ ସମୁଦ୍ର ରେ ମିଶୁଛି । ରାଜ୍ୟ ସରକାର ଙ୍କୁ କିଏ ମନା କରିଥିଲା ରାଜ୍ୟ ରେ ବିଭିନ୍ନ ସ୍ଥାନରେ ବ୍ୟାରେଜ ତିଆରି କରି ପାଣି କୁ ରୋକି ତାର ସତ ଉପଯୋଗ ନକରିବାକୁ..?

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ