Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ଜାରି, ତାଲିକାରେ ଶ୍ରୀମୟୀ ମିଶ୍ର ଓ ଚିରଞ୍ଜୀବ ସାମିଲ

ଭୁୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ନିଜର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏଥିରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣଙ୍କ ନାଁ ରହିଛି । ଟିକେଟ୍ ପାଇ ନ ଥିବା ଏବଂ ଅସନ୍ତୁଷ୍ଟ ନେତାଙ୍କୁ ଏଥିରେ ସାମିଲ କରାଯାଇ ସେମାନଙ୍କର ମାନଭଞ୍ଜନ କରିବାକୁ ଚେଷ୍ଟା କରାଯାଇଛି । ଭୁୁବନେଶ୍ୱର ଲୋକସଭାରୁ ଟିକେଟ୍ ନ ପାଇ ନିରାଶ ହୋଇଥିବା ଶ୍ରୀମୟୀ ମିଶ୍ରଙ୍କୁ ମଧ୍ୟ ଷ୍ଟାର ପ୍ରଚାରକ କରାଯାଇଛି । ତାଲିକାରେ କଂଗ୍ରେସ ଛାଡି ବିଜେଡିରେ ମିଶିବା ପରେ ବି ଟିକେଟରୁ ବଂଚିତ ଚିରଞ୍ଜୀବ ବିଶ୍ୱାଳଙ୍କୁ ସାମିଲ କରାଯାଇ ତାଙ୍କୁ ମନାଇବାକୁ ଚେଷ୍ଟା କରାଯାଇଛି । ନବୀନଙ୍କ ପରେ ଦ୍ୱିତୀୟରେ ରହିଛି ଭିକେ ପାଣ୍ଡିଆନଙ୍କ ନାଁ ।

ଦଳର ଅନ୍ୟ ଷ୍ଟାର ପ୍ରଚାରକମାନେ ହେଉଛନ୍ତି- ଭିକେ ପାଣ୍ଡିଆନ, ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଚନ୍ଦ୍ର ଶେଖର ସାହୁ, ଅଶୋକଚନ୍ଦ୍ର ପଣ୍ଡା, ସ୍ନେହାଙ୍ଗିନୀ ଛୁରିଆ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ଅରୁଣ କୁମାର ସାହୁ, ସଞ୍ଜୟ କୁମାର ଦାସବର୍ମା, ପଦ୍ମନାଭ ବେହେରା, ପ୍ରଦୀପ କୁମାର ଅମାତ, ଏନ୍‌. ଭାସ୍କର ରାଓ, ସୁବାସ ସିଂହ, ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ, ନିରଞ୍ଜନ ବିଶି, ମମତା ମହନ୍ତ, ମୁନା ଖାନ, ସୁଲତା ଦେଓ, ରବୀନ୍ଦ୍ର କୁମାର ଜେନା, ସରୋଜିନୀ ହେମ୍ବ୍ରମ, ସୁଶାନ୍ତ ସିଂ, ପ୍ରୀତିରଞ୍ଜନ ଘଡ଼େଇ, ପ୍ରଣବ କୁମାର ବଳବନ୍ତରାୟ, ଚିରଞ୍ଜୀବ ବିଶ୍ୱାଳ, ସୁଧୀର କୁମାର ସାମଲ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ବିଜୟ ନାୟକ, ଶ୍ରୀମୟୀ ମିଶ୍ର, ଏସ୍‌କେ ନିଜାମୁଦ୍ଦିନ, ଈଶ୍ୱର ପାଣିଗ୍ରାହୀ, ଅମରେଶ ଜେନା ଓ ଏଲିନା ଦାସ।