ବୀରମହାରାଜପୁର ରେ ବ୍ୟାପୁଛି ଝାଡାବାନ୍ତି ଜ୍ଵର , ବୋହୂ ମୃତ ଓ ଶାଶୁ-ଶ୍ବଶୁର ବୁର୍ଲା ସ୍ଥାନାନ୍ତର


ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ପଞ୍ଚାୟତ ର ମେଣ୍ଡେଲୀପାଲି ଗାଁ ଗୋଟିଏ ପରିବାରର ଝାଡ଼ାବାନ୍ତି ରେ 3 ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି I ଏ ଅଞ୍ଚଳରେ ବିଶୁଦ୍ଧ ପାନୀୟଜଳ ସାଙ୍ଗକୁ ସଚେତନତା ର ଅଭାବ ଯୋଗୁଁ ବିଭିନ୍ନ ସ୍ଥାନରେ ଏହା ବ୍ୟାପୁଥିବା ସାଧାରଣ ରେ ଆଲୋଚନା ହେଉଛି I ମେଣ୍ଡେଲୀପାଲି ଗାଁ ର ଭଗବାନ ମହାକୁର (62 ), ସ୍ତ୍ରୀ ଶୈଳ ମହାକୁର (55) ଓ ବୋହୁ ଅହଲ୍ୟା ପାତ୍ର ଙ୍କୁ ପ୍ରଥମେ ଏହି ରୋଗରେ ଆକ୍ରାନ୍ତ ହେବାରୁ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା I ହେଲେ ଚିକିତ୍ସାଧୀନ ଅବସ୍ଥାରେ ଅହଲ୍ୟା ଙ୍କ ମୃତ୍ୟୁ ହୋଇଥିଲା l ଭଗବାନ ଓ ସ୍ତ୍ରୀ ଶୈଳ ଙ୍କ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ସୋନପୁର ତା ପରେ ବୁର୍ଲା କୁ ସ୍ଥାନାନ୍ତରିତ କରାଯାଇଥିଲା l ସୂଚନା ଯେ ଅହଲ୍ୟା ଦୁଇ ବର୍ଷ ଆଗରୁ ବିବାହ କରିଥିବା ବେଳେ ତାଙ୍କର ଏକ 7 ମାସର କନ୍ୟା ସନ୍ତାନ ଅଛି I ଶୁକ୍ରବାର ବିଳମ୍ବିତ ରାତିରେ ଅହଲ୍ୟା ଙ୍କ ଶବସତ୍କାର କରାଯାଇ ଥିବା ଜଣାପଡ଼ିଛି l ଶନିବାର ଏ ବ୍ଲକ ଅନ୍ତର୍ଗତ ଗୌଡକେଳା ଗ୍ରାମର ଆର୍ତ୍ତତ୍ରାଣ ବଗର୍ତ୍ତୀ (36) , କେନ୍ଦୁପାଲି ଗ୍ରାମର ବୈଦ୍ୟନାଥ ସେଠୀ (65) ମଧ୍ୟ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ବୀରମହାରାଜପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି l ଜିଲ୍ଲା ପ୍ରଶାସନ ଏଥିପ୍ରତି ଶିଘ୍ରଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି I