କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ଙ୍କ ଦିନରେ ନୁହେଁ ରାତିରେ ଜମୁଛି ପ୍ରଚାର : କୁଇ ଓ ଓଡିଆ ଭାଷା ରେ ଲୋକଙ୍କୁ ବୁଝାଉଛନ୍ତି


ବାଲିଗୁଡା ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି । ଏବେ ପ୍ରାର୍ଥୀ ମାନେ ନିଜ ନିଜ ସମର୍ଥକ ମାନଙ୍କୁ ଧରି ଧୀରେ ଧୀରେ ରାଜନୈତିକ ଦଳର ପ୍ରଚାର ଆରମ୍ଭ କଲେଣି । ଦିନ ବେଳେ ଭୀଷଣ ଗ୍ରୀଷ୍ମ ପ୍ରବାହ ରହୁଥିବାରୁ ଲୋକଙ୍କ ହିତ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଦିନ ୧୦ ଟା ରୁ ଦିନ ୩ ଟା ପର୍ଯ୍ୟନ୍ତ ଘରୁ ନବାହାରିବା ପାଇଁ ଅନୁରୋଧ କରିଛନ୍ତି । ଏହାକୁ ନଜରରେ ରଖି ବାଲିଗୁଡା କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ ସନ୍ଧ୍ୟା ହେଲେ ନିଜ ନିଜ ସମର୍ଥକ ମାନଙ୍କୁ ଧରି ଗାଁ ଗାଁ ବୁଲି ଖୋଲା ସ୍ଥାନରେ ପାଲ ପକାଇ ଲୋକଙ୍କୁ ଏକତ୍ରିତ କରି ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । ସନ୍ଧ୍ୟା ୫ ଟାରୁ ପ୍ରଚାର ଆରମ୍ଭ କରି ରାତି ୧୦ ଟା ୧୧ ଟା ପର୍ଯ୍ୟନ୍ତ ପ୍ରଚାର କରୁଛନ୍ତି । କନ୍ଧମାଳ ଜିଲ୍ଲା ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ଏଠାକାର ବୃଦ୍ଧ ବୃଦ୍ଧା ଆଜି ବି ଓଡିଆ ଠିକ ଭାବେ ବୁଝି ପାରନ୍ତି ନାହିଁ l ଏଣୁ ଆମେ କୁଇ ଭାଷା ଓ ଓଡିଆ ଭାଷା ରେ ଲୋକଙ୍କୁ ଭୋଟ ପ୍ରଚାର ଓ ନିବେଦନ କରୁଛୁ ଆମ ନିର୍ବାଚନ ପ୍ରଚାର ସମୟରେ ଲୋକଙ୍କ ଆଗ୍ରହ ମଧ୍ୟ ଦେଖିବାକୁ ମିଳୁଛି, ଆମକୁ କୁଇ ଭାଷାରେ ସେମାନଙ୍କ ସମସ୍ୟା ଜଣାଉଛନ୍ତି ଓ ସମାଧାନ କରିବା ପାଇଁ ନେତା ପ୍ରତିଶୃତି ଦେଇଥାନ୍ତି । ସାଧାରଣ ଲୋକମାନେ କହିଛନ୍ତି ଯେ, ଆମେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେବୁ ପୂର୍ବରୁ ଯେଉଁ ମାନେ ଯାଇଛନ୍ତି ସେମାନଙ୍କୁ ଭୋଟ ଦେଇଥିଲୁ କିନ୍ତୁ ଉପଯୁକ୍ତ ପ୍ରାର୍ଥୀ ନଥିଲେ ବୋଲି କହିଛନ୍ତି । ଚଳିତ ନିର୍ବାଚନ ରେ ଗାଁ କୁ ରାସ୍ତା ଓ ଉଚିତ ସ୍ୱାସ୍ଥ୍ୟ ସେବା, ,ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ , ବିଦ୍ୟାଳୟ ରେ ଶିକ୍ଷକ ସମସ୍ୟା ଦୂର ,ମୋବାଇଲ ସେବା ଉପଲବ୍ଧ ସହ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ମୁଖ୍ୟ ଦାବୀ ରହିଥିବା ବିଷୟ କଂଗ୍ରେସର ରାତ୍ର କାଳୀନ ପ୍ରଚାର ସଭାରେ ଦେଖିବାକୁ ମିଳିଛି । ତେବେ ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ତ୍ରୀମୁଖୀ ପ୍ରତିଦ୍ୱନ୍ଦିତା ହେବ ବୋଲି ଜଣାପଡୁଛି ।