Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁଯୋମୁରା,ହାତିବାରିରେ ପ୍ରଶନ୍ନଙ୍କୁ ବିପୁଳ ସମ୍ବର୍ଦ୍ଧନା:ଉତ୍ତରରେ କହିଲେ ମିଳିମିଶି ବିଜୟର ବିକାଶରେ ସାମିଲ ହେବା

ସମ୍ବଲପୁର (ଯୁଯୋମୁରା ): ଆସନ୍ନ ଦୂର୍ଘଟଣାରୁ ରକ୍ଷା ପାଇ ଆଜି ରେଢାଖୋଲ ମାଟିରେ ପାଦ ଦେଉ ଦେଉ ମାଟିକୁ ମୁଣ୍ଡିଆ ମାରି ଦେବ ଦେବୀ ଓ ଜନତାଙ୍କ ଆଶିର୍ବାଦ ଲୋଡିଛନ୍ତି ବିଜେଡିର ବରିଷ୍ଠ ଜନନେତା ପ୍ରଶନ୍ନ ଆଚାର୍ଯ୍ୟ।ସଂପୂର୍ଣ୍ଣ ଆରୋଗ୍ୟ ଲାଭ ପରେ ସିଧାସଳଖ ଭୁବନେଶ୍ବରରୁ ଫେରି ରେଢାଖୋଲ ମାଟିରେ ଓଲ୍ଳେଇ ସନ୍ଥକବି ଭୀମ ଭୋଇଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ରେଢାଖୋଲ ମାଟିକୁ ମୁଣ୍ଡିଆ ମାରିଛନ୍ତି। ଏହାପରେ ରେଢାଖୋଲର ବିଭିନ୍ନ ଦେବାଦେବୀଙ୍କ ସହ କୁବେଲ ମନ୍ଦିର ଦର୍ଶନ କରି ଆଶିର୍ବାଦ ଲାଭ କରିଛନ୍ତି।ରେଢାଖୋଲ ପରି ଯୁଯୋମୁରା ,ହାତୀବାରି ସବୁଠି ନେତା ଓ ଜନତା ମିଳିତ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ।ଯୁଯୋମୁରାରେ ଲିପିଣ୍ଡା ସରପଞ୍ଚ୍ ପ୍ରଫୁଲ୍ଲ ମିର୍ଦ୍ଧାଙ୍କ ଅଧ୍ଯକ୍ଷତାରେ ଆୟୋଜିତ ସଭାରେ ବାହାମ ସମିତି ସଭ୍ୟ ପ୍ରଫୁଲ୍ଲ ମଗର, ପୁର୍ବତନ ସମିତି ସଭ୍ୟ ହରିହର ନାୟକ, ଓ ହାତିବାରି ଠାରେ ଯୁଯୋମୁରା ବ୍ଲକ ବିଜେଡି ସଭାପତି ବିନୋଦ କୁମାର ବଡପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମାଧବ ମିର୍ଦ୍ଧା,ଯୁଯୋମୁରା ବ୍ଲକର ପୁର୍ବତନ ଅଧ୍ଯକ୍ଷ ଶରତ ଚନ୍ଦ୍ର ସାହୁ,ଜିଲ୍ଲାପରିସଦ ଯୋନ-୧ ସଦସ୍ୟା କବିତା ସାହୁ, ପ୍ରମୁଖ ମଞ୍ଚାସୀନ ଥିବା ବେଳେ ସମଗ୍ର ଅଞ୍ଚଳର ନେତା ଓ କର୍ମୀ ଉପସ୍ଥିତ ରହିଥିଲେ।ଲୋକଙ୍କ ଏହି ଅଭୁତପୂର୍ବ ସ୍ୱାଗତ ସମ୍ବର୍ଦ୍ଧନାରେ ପ୍ରଶନ୍ନ କହିଛନ୍ତି ଆପଣ ମାନଙ୍କ ଏହି ଉତ୍ସାହ,ଉଲ୍ଲାସ ଓ ଆନନ୍ଦ ରେଢାଖୋଲ ମାଟିକୁ ନୂଆ ପରିଚୟ ଦେବ।ସମସ୍ତେ ଏକ ହୋଇ ରେଢାଖୋଲ ନିଜର ଏକତା ବଳରେ ଆମେ ବିଜୟୀ ହେବା ଏବଂ ଏହି ବିଜୟ ରେଢାଖୋଲ ନିର୍ବାଚନ ମଣ୍ଡଳୀ ପାଇଁ ଭିନ୍ନ ପରିଚୟ ହେବ କହି ପ୍ରଶନ୍ନ ନେତା,କର୍ମୀ ଓ ଜନତାଙ୍କ ମଧ୍ୟରେ ନୂତନ ବଳ ଓ ଉତ୍ସାହ ପ୍ରଦାନ କରିଛନ୍ତି।