Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ଗ୍ରହଣ କଲେ ବିନୋଦ ପଶାୟତ

ସମ୍ବଲପୁର:ବିଶିଷ୍ଟ ସମ୍ବଲପୁରୀ ଗୀତିକାର ବିନୋଦ ପଶାୟତଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି।
୨୨ ତାରିଖ ଦିନ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ପଦ୍ମଶ୍ରୀ ଉପାଧି ପ୍ରଦାନ କରାଯାଇଥିବା ନେଇ ସମ୍ବଲପୁର ତଥା ସମଗ୍ର ପଶ୍ଚିମାଞ୍ଚଳରେ ଖୁସୀ ଓ ଆନନ୍ଦର ଲହରୀ ଖେଳି ଯାଇଛି।
ଏଠାରେ ସୂଚନା ଯୋଗ୍ୟଯେ ଜାନୁଆରୀ ୨୫ ତାରିଖ ଦିନ ଶ୍ରୀ ପଶାୟତଙ୍କ ସହିତ ଓଡିଶାରୁ ବିନୋଦ ମହାରଣା,ଭାଗବତ ପ୍ରଧାନ ଓ ଗୋପିନାଥ ସ୍ୱାଇଁଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା।
୧୯୩୫ ଡିସେମ୍ବର ୩ ତାରିଖରେ ବଲାଙ୍ଗୀର ରେ ଜନ୍ମ ଲାଭ କରିଥିବା ଅର୍ଥାଭାବରୁ ସପ୍ତମ ଶ୍ରେଣୀରୁ ଡ୍ରପ୍ ଆଉଟ୍ ହୋଇ ବାପା ଚୈତନ୍ୟ ବାରିକଙ୍କ ପ୍ରେରଣାରେ କୌଳିକ ବୃତ୍ତି ବାରିକ କାମ କରି ରୋଜଗାର ମେଣ୍ଟାଇବା ସହିତ ଜଣେ ଗୀତିକାର ଭାବେ ସମଗ୍ର ଓଡିଶାରେ ଖୁବ ପରିଚିତ।ସମ୍ବଲପୁର ଗୋଲ ବଜାର ଛକରେ ଏକ ସେଲୁନ କରି ସଂଘର୍ଷମୟ ଜୀବନ ଯାପନ କରୁଥିବା ପଶାୟତଙ୍କ ‘ଏ ନନୀ ସୁଲୋଚା’, ‘ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର ଜୀବନ’, ‘ଲିଟି ଉଡେ ଫୁରୁ ଫୁରୁ’ ଭଳି ବହୁ ମନଛୁଆଁର ଗୀତିକାର ଜଣେ ସଫଳ ନାଟ୍ୟକାର ଭାବେ ମଧ୍ୟ ପରିିଚିତ।
ଏହି କୃତିତ୍ୱ ପାଇଁ ଓଡିଶା ଡଟ୍ ନ୍ୟୁଜ ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଅଭିନନ୍ଦନ ଜଣାଇବାକୁ ନିଜର କୃତଜ୍ଞତା ଜ୍ଞାପନ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ