Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅମିତ ଶାହା ଙ୍କ ସୁବର୍ଣ୍ଣପୁର ଗସ୍ତ ନେଇ ସାମ୍ୱାଦିକ ସମ୍ମିଳନୀ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ବିଜେପି ପକ୍ଷରୁ ସ୍ଥାନୀୟ ଶାହା ଗେଷ୍ଟ ହାଉସ ଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ରାଜ୍ୟ ର ବିଜେଡି ସରକାର ଉପରେ ପ୍ରବଳ ବର୍ଷିଛନ୍ତି। ସେ କହିଥିଲେ ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶା ବାସୀଙ୍କୁ ପ୍ରତାରିତ କରିବା ସହ ଧୋକା ଦେଇଛି ଓ ଠକି ଚାଲିଛି ନବୀନ ସରକାର । ମୌଳିକ ସୁବିଧା ଯୋଗାଇବାରେ ଫେଲ ମାରିଛି। ନବୀନ ସରକାର ଏକ ଠକ ସରକାର, କଣେଇ ସରକାର। ଜଣେ ଅଣ ଓଡ଼ିଆ ନବୀନକୁ କଣ୍ଢେଇ ପରି ନଚାଉଛି, ନିଜ ବେପାରରେ ମାତିଛି, ଓଡ଼ିଶାର ଖଣି ଖାଦାନକୁ ଲୁଟୁଛି। ବିଜେଡିକୁ ଭଡ଼ାଟିଆ ଜନତା ଦଳ ବୋଲି ଆଖ୍ୟା ଦେଇ ବାପା କ୍ରାଇମ୍ କଲେ ପୁଅ ଓ ସ୍ତ୍ରୀ ର ଦୋଷ ନୁହେଁ, ବିବାଦୀୟ ନେତା ମନ୍ତ୍ରୀଙ୍କ ଟିକଟ କାଟି ପୁଅ ଓ ସ୍ତ୍ରୀ କୁ ଟିକେଟ ଦେଇ ଏ କଥା ଆଜି ପ୍ରମାଣ କରିଛି ନବୀନ ସରକାର ବୋଲି କଡ଼ା ସମାଲୋଚନା କରିଛନ୍ତି। ବିଶେଷ କରି ବିଜେପୁର ଠାରେ ଗତ ଥର ନିର୍ବାଚନ ଲଢ଼ିବା ଦିନ ଠାରୁ ପଶ୍ଚିମ ଓଡ଼ିଶା ବାସୀଙ୍କୁ ବାରମ୍ବାର ବୋକା ବନାଇ ଚାଲିଛି ବିଜେଡି ସରକାର। ପଦ୍ମପୁର ଜିଲ୍ଲା ଘୋଷଣା ଠୁଁ ଆରମ୍ଭ କରି ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ ଯାଏ ସବୁଠି ସମ୍ପୂର୍ଣ୍ଣ ଫେଲ୍ ମାରି ପଶ୍ଚିମ ଓଡ଼ିଶା ବାସୀଙ୍କୁ ଉପେକ୍ଷିତ କରୁଛି ଉପହାସ କରିବା ସହ ଦିନ ଦ୍ବିପହରରେ ଠକୁଛି। ଏଥର ପୁଣି ବଲାଙ୍ଗିର ସଂସଦୀୟ କ୍ଷେତ୍ର ଦାଦନ ଖଣିକୁ ଆସି ଦାଦନଙ୍କ ପେଟରେ ଲାତ ମାରିବାକୁ, ବୋକା ବନାଇବାକୁ ଓ ଠକିବା ଚାର୍ଟ ପ୍ରସ୍ତୁତି କରୁଛନ୍ତି ନବୀନ ବୋଲି ଆଜି ସୁବର୍ଣ୍ଣପୁର ଜିଲ୍ଲା କୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ସାହା ଙ୍କ ଗସ୍ତ ପ୍ରସ୍ତୁତି କୁ ନେଇ ଆୟୋଜିତ
ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପ ସଭାପତି ଗୋଲକ ବିହାରୀ ମହାପାତ୍ର ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ଅପାରଗତା ଉପରେ ପ୍ରବଳ ବର୍ଷିଛନ୍ତି। ଓଡ଼ିଶାର ମା, ମାଟି, ମାତୃଭାଷା ଓ ଓଡ଼ିଆ ଅସ୍ମିତାର ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ଓ ନବୀନ ପଟ୍ଟନାୟକ ଙ୍କୁ ଚେକ୍ ଦେବା ପାଇଁ ଏ ବୀର ମାଟି ସୋନପୁର ରୁ ପ୍ରଥମେ ପ୍ରଚାର ମ‌ଇଦାନକୁ ଓହ୍ଲାଇବେ ମାନ୍ୟବର ଗୃହ ମନ୍ତ୍ରୀ ଅମିତ୍ ସାହା ବୋଲି ମତ ରଖ୍ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିଥିଲେ ଶ୍ରୀ ମହାପାତ୍ର I ଅନ୍ୟ ମାନଙ୍କ ମଧ୍ୟରେ ସୋନପୁର ବିଧାୟକ ପ୍ରାର୍ଥୀ ପ୍ରମୋଦ ମହାପାତ୍ର, ବିଏମପୁର ପ୍ରାର୍ଥୀ ରଘୁ ଜଗଦଲା, ବରିଷ୍ଠ ନେତା ଆନନ୍ଦ ବାରିକ, ନାରାୟଣ ବେଚ, ଜିଲ୍ଲା ସାଧାରଣ ସମ୍ପାଦକ ବେଣୁଧର ଦାଶ, ବିଶ୍ବମ୍ବର ମିଶ୍ର ପ୍ରମୁଖ ସାମ୍ବାଦିକ ସମ୍ମିଳନୀ ମଞ୍ଚ ରେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ