Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ମୀଙ୍କୁ ପ୍ରଶନ୍ନ ଫୁଙ୍କିଲେ ମନ୍ତ୍ର:ସବୁରି ମନରେ ରହୁ ଶଙ୍ଖ

ସମ୍ବଲପୁର(ନିଲଡୁଙ୍ଗରୀ):ଯୁଯୋମୁରା ଜୋନ-୧ର ୭ ପଞ୍ଚାୟତର ବିଜେଡି କର୍ମୀଙ୍କୁ ବିଧାୟକ ଓ ସାଂସଦ ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ କରାଇବାକୁ ସବୁରି ମନରେ ଶଙ୍କ ଚିହ୍ନର ଭାବନା ପୁରାଇବା ପାଇଁ ମନ୍ତ୍ର ଫୁଙ୍କିଛନ୍ତି ରେଢାଖୋଲ ବିଧାୟକ ପ୍ରାର୍ଥୀ ପ୍ରଶନ୍ନ ଆଚାର୍ଯ୍ୟ।
ଗତ ମଙ୍ଗଳବାର କବରାପାଲି ପଞ୍ଚାୟତର ନିଲଡୁଙ୍ଗରୀ ଠାରେ କୁକୁଡାପାଲି,ଜୟନ୍ତପୁର,କବାରାପାଲି, ଘେନୁପାଲି,ନୂଆବରଙ୍ଗାମାଲ,ଡଙ୍ଗରପଡା ଓ ବାହାମ ଭଳି ୭ ପଞ୍ଚାୟତକୁ ବିଜେଡିର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ୍ ,ସମିତି ସଭ୍ୟ/ସଭ୍ୟା ଙ୍କ ସହିତ ବିଜେଡିର ପଦାଧିକାରୀ ଓ କର୍ମୀ ମାନଙ୍କୁ ନବୀନ ବିକାଶର ବିଭିନ୍ନ ଯୋଜନା ସହିତ ନିର୍ବାଚନ ପରି ଏକ ଯୋଜନା ବଦ୍ଧ ଲଢେଇରେ ବିଜୟୀ ହେବାକୁ ବିଜେଡି ସୈନିକ କଣ ସବି ଆଭିମୁଖ୍ଯ ରଖି ଭୋଟର ପାଖରେ ପହଞ୍ଚିବେ ସେ ନେଇ କର୍ମୀଙ୍କୁ ବୁଝାଇଥିଲେ। ଯୁଯୋମୁରା ବ୍ଲକ ସଭାପତି ବିନୋଦ ବଡପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ଡଙ୍ଗରପଡା ପଞ୍ଚାୟତର ଅବସର ପ୍ରାପ୍ତ ଇଂଜିନିଅର ସଞ୍ଜିବ କୁମାର ପଣ୍ଡା ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ।ଏଥିରେ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ହୀରାଲାଲ ବେହେରା,ଦିଲ୍ଲୀପ କୁମାର ପଣ୍ଡା,ସରୋଜ ସାମଲ,ଶରତ ଚନ୍ଦ୍ର ସାହୁଙ୍କ ଭଳି ନିର୍ବାଚନ ରଣକୌଶଳ ଉପରେ ମତ ରଖିଥିବା ବେଳେ ୭ ପଞ୍ଚାୟତ ଛାମୁଆଁ ନେତା ଓ କର୍ମୀ ମାନେ ଅଂଶ ଗ୍ରହଣ କରିଥିଲେ।
କର୍ମୀ ସମ୍ମୀଳନି ପରେ ବାହାମ ଡଙ୍ଗରପଡା ପ୍ରଭୃତି ଅଞ୍ଚଳ ବୁଲି ଜନସାଧାରଣଙ୍କ ସହିତ ବିଭିନ୍ନ ଆଲୋଚନା କରି ବିଜେଡିର ବିଜୟ ପାଇଁ ସମସ୍ତଙ୍କ ସହଯୋଗ ଓ ଆଶିର୍ବାଦ କାମନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ