Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ବାଚନରେ ବ୍ୟସ୍ତ ବବି ରକ୍ତଦାନ କରି ଦେଖାଇଲେ ନୂଆ ଉଦାହରଣ

ସମ୍ବଲପୁର(ବୁର୍ଲ୍ଲ):ରକ୍ତଦାନଠୁ ବଡ଼ ପୁଣ୍ୟ କିଛି ନାହିଁ।ଏଭଳି ପୂଣ୍ୟ କାମରେ ଆଜି ସାମିଲ ହୋଇଛନ୍ତି ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାଶ ଓରଫ ବବି ଭାଇ।ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ବୁର୍ଲା ଭିମସାରରେ ଆୟୋଜିତ ରକ୍ତଦାନ ଶିବିରରେ ପ୍ରଣବ ଯୋଗଦେଇ ରକ୍ତଦାନ କରି ଏକ ଉଦାହରଣ ତିଆରି କରିଛନ୍ତି।ସମ୍ବଲପୁର ଭଳି ଲୋକସଭା ଆସନରେ ନିଜେ ଛିଡା ହୋଇ ବ୍ୟସ୍ତ ବହୁଳ ସମୟରୁ ଓଲ୍ଲେଇ ଆସି ନିଜେ ଓ ତାଙ୍କ ଅନୁଗାମୀଙ୍କୁ ରକ୍ତ ଦାନ କରାଇବା ଭଳି ମହତ ଓ ପୂଣ୍ୟ କାର୍ଯ୍ୟରେ ସାମିଲ କରିଥିବା ନେଇ ସବୁ ମହଳରେ ପ୍ରଣବଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରାଯାଇଛି।ରକ୍ତ ଅଭାବରୁ କାହାର ଜୀବନହାନୀ ନହେଉ ସେଥିଲାଗି ବିଜେଡି ସଦା ତତ୍ପର ଓ ଏଥିପାଇଁ ଦଳର ସାମାଜିକ ୟୁନିଟ୍ ଜୀବନ ବିନ୍ଦୁ ଉତ୍ସର୍ଗିତ ସେବାକୁ ଅବ୍ୟହତ ରଖି ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସଂକଳ୍ପ ନେଇଥିବା ରକ୍ତଦାନରେ ନିଜେ ସାମିଲ ହୋଇ ପ୍ରଣବ ଓରଫ ବବି ଭାଇ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ