Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁରେଶ ପୂଝାରୀଙ୍କ ଘର ଉପରେ ଡ୍ରୋନ:ଖସାଇଲା ପୋଲିସ,ତଦନ୍ତ ଆରମ୍ଭ

ବ୍ରଜରାଜନଗର:ବରଗଡ ସାଂସଦ ସୁରେଶ ପୂଝାରୀଙ୍କ ବାସ ଭବନ ଉପରେ ଉଡୁଥିବା ଡ୍ରୋନକୁ ନେଇ ଉଠିଛି ବଡ ପ୍ରଶ୍ନ।ସନ୍ଦେହ ଘେରରେ ଉଡୁଥିବା ଏହି ଡ୍ରୋନକୁ ନେଇ ଏବେ ନାନା ଚର୍ଚା ଚାଲିଥିବା ବେଳେ ଡ୍ରୋନ ଉଡିବାର ଅସଲ କାରଣର ନେଇ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି।
ମିଳିଥିବା ସୂଚନାମତେ ବର୍ତ୍ତମାନ ବିଜେପିର ବ୍ରଜରାଜନଗର ପ୍ରାର୍ଥି ଥିବା ସୁରେଶ ପୂଝାରୀଙ୍କ ବ୍ରଜରାଜନଗର ଆମଦରହ ଠାରେ ଥିବା ବାସ ଭବନ ଉପରେ ଏକ ଡ୍ରୋନ ଉଡୁଥିଲା।ଏହା ଜାଣିବା ପରେ ଶ୍ରୀ ପୂଝାରୀ ଝାରସୁଗୁଡା ଏସପିଙ୍କ ଜ୍ଞାତସାରକୁ ନେଇଥିଲେ। ଏସପି ନିର୍ଦ୍ଦେଶ କ୍ରମେ ବେଲପାହାଡ ଭାରପ୍ରାପ୍ତ ଥାନା ଅଧିକାରୀ ଆମଦରହ ଠାରେ ପହଞ୍ଚି ଡ୍ରୋନକୁ ତଳକୁ ଖସାଇବା ସହିତ ଡ୍ରୋନଟି କାହାର ଓ କେଉଁ ଉଦ୍ଦେଶ୍ଯ ରଖି ଏହା ବ୍ୟବହାର କରିଥିଲା ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି।ପୋଲିସ ଘଟଣାର ଅନୁସନ୍ଧାନ କରି ତୁରନ୍ତ ଏହାର ଖୁଲାସା କରିବା ନେଇ ସାଧାରଣରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ