Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ଛାଡିଲେ ନଗେନ୍ଦ୍ର ପ୍ରଧାନ,କଂଗ୍ରେସର ହାତ ଧରିଲେ

ସମ୍ବଲପୁର : ସମ୍ବଲପୁର ଲୋକସଭାର ପୁର୍ବତନ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ନଗେନ୍ଦ୍ର ପ୍ରଧାନ ଆଜି ବିଜେଡିର ପ୍ରାଥମିକ ସଭ୍ୟରୁ ଇସ୍ତଫା ପ୍ରଦାନ କରି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି।
ବିଜେଡି ତାର ନିତି ଆଦର୍ଶ ହରାଇ ଗଣତନ୍ତ୍ର ପ୍ରତି ବିପଦ ହୋଇଥିବା ଆଭିଯୋଗ କରି ନଗେନ୍ଦ୍ର ବିଜେଡି ପ୍ରତି ଆସ୍ଥା ହରାଇ କଂଗ୍ରେସରେ ଯୋଗ ଦେଇଥିବା ନେଇ କହିଛନ୍ତି। ବିଜେଡିରୁ ଇସ୍ତଫା ଦେବା ପରେ ଭୁବନେଶ୍ବର ଜାତୀୟ କଂଗ୍ରେସ କାର୍ଯ୍ୟାଳୟରେ ସେ ଆଜି ଅପରାହ୍ନ ୪.୧୫ ରେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି।
ସେ କଂଗ୍ରସରେ ଯୋଗଦାନ କରିବା ପରେ କଂଗ୍ରେସ ତାଙ୍କୁ କେଉଁଠି ଥଇଥାନ୍ କରିବ ନା ନିର୍ବାଚନକୁ ଓଲ୍ଲେଇବାକୁ ସୁଯୋଗ ଦେବ ତାହା ସମୟ କହିବ।ତେବେ କଂଗ୍ରେସରେ ନଗେନ୍ଦ୍ର ଯୋଗଦାନ କରିବା ଫଳରେ ତାଙ୍କ ସମର୍ଥକ ମହଳରେ ଆନନ୍ଦ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ