Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସ ଦେଖାଇଲା ବଳ:ପଡିଆବାହାଲରେ ଖୋଲିଲା କାର୍ଯ୍ୟାଳୟ

ସମ୍ବଲପୁର (ପଡିଆବାହାଲ):ପ୍ରଥମ ଥର ପାଇଁ କଂଗ୍ରେସ ଆଜି ତାର ବଳ ଉପସ୍ଥିତି ଜାହିର କରିଛି।ବିରାଟ ଜନ ଶୋଭାଯାତ୍ରାରେ ପଡିଆବାହାଲ ଠାରେ କଂଗ୍ରେସ ତାର କାର୍ଯ୍ୟାଳୟ ଖୋଲିବା ଅବସରରେ ଏଭଳି ଅଭୁତପୁର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା।
ଆଜି ଖଲିଆପାଲି ହନୁମାନ୍ ଓ ଶନି ମନ୍ଦିରରେ କଂଗ୍ରେସ ନେତା,କର୍ମୀ ଓ ସମର୍ଥକ ମାନେ ଉପସ୍ଥିତ ରହି ସମ୍ବଲପୁର ଲୋକସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ ଓ ରେଢାଖୋଲ ପ୍ରାର୍ଥୀ ଆସବ ଅଲ୍ଲୀ ଖାଁଙ୍କୁ ସ୍ୱାଗତ କରିବା ସହିତ ମନ୍ଦିରରେ ପୂଜାର୍ଚନା କରି ଏକ ବିରାଟ ମୋଟର ସାଇକଲ୍ ରାଲିରେ ପଡିଆବାହାକୁ ପାଛୋଟି ଆଣିଥିଲେ। ପଡିଆବାହାଲରେ ପହଞ୍ଚିବା ପରେ ସେଠାରେ ମଧ୍ୟ ବିପୁଲ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଏହାପରେ କଂଗ୍ରେସ କାର୍ଯ୍ୟଳୟର ଶୁଭାରମ୍ଭ କରାଯାଇ ଏକ କର୍ମୀ ସମ୍ମିଳନୀରେ ଉଭୟ ପ୍ରାର୍ଥୀ ଲୋକସଭା ର ଦୁଲାଲ ପ୍ରଧାନ ଓ ବିଧାନସଭାର ଆସବ ଅଲ୍ଳୀ ଖାଁ ପରିବର୍ତ୍ତନ ର ନାରା ଦେଇ କଂଗ୍ରେସକୁ ବିପୁଲ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବା ଦିଗରେ ସମସ୍ତେ ପ୍ରୟାସ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ। ପ୍ରମୋଦ ମଗର,ଶକ୍ତି ପ୍ରଶନ୍ନ ବଡପଣ୍ଡା,ବରୁଣ ସାହୁ,ବିଜୟ ମେହେର ପ୍ରମୂଖଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ଅଶୋକ ପୁରୋହୀତ,ସୁରେଶ ପ୍ରଧାନ,ଶିର ନାୟକ, ସୁଦାମ ନାୟକ, ସଂଗ୍ରାମ ନାଥ ଶର୍ମା,ଦିଲ୍ଲୀପ ସାହୁ,ମନୋଜ ନାଏକ,ଚନ୍ଦ୍ରକାନ୍ତ ପ୍ରଧାନ,ପାର୍ବତୀ ମଗର,ଅହଲ୍ୟା ସୁନାକାଠି,ବିଶ୍ୱଭୂଷଣ ଗର୍ଡିଆ,ନିରଞ୍ଜନ ଶାସିନୀ,ମାନସ ରଣବିଡା,ସବିତା ବେଶନ ପଦ୍ମନ ବିଶି,ସୁଧିର ମଗର,ପ୍ରମୁଖ ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ